
୨୦ ବର୍ଷର ସର୍ବୋଚ୍ଚ ସ୍ତରରେ ଡଲାର, ଦୁର୍ବଳ ହେଉଛି ଟଙ୍କା
ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଘରୋଇ ଟଙ୍କାର ବିନିୟମ ମୂଲ୍ୟ ଲଗାତାର ଦୁର୍ବଳ ହେବାରେ ଲାଗିଛି । ସୋମବାର ୫୪ ପଇସା ହ୍ରାସ ପରେ ଡଲାର ତୁଳନାରେ ଟଙ୍କାର ବିନିୟମ ମୂଲ୍ୟ ୮୧.୬୩ ଟଙ୍କା ହୋଇଛି । ଏହା ଟଙ୍କାର ଆଜି ଯାଏଁର ସର୍ବନିମ୍ନ ସ୍ତର । ଡଲାର ନିଜର ୨୦ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚଛି । ଅନ୍ୟପଟେ ଟଙ୍କାରେ ଐତିହାସିକ ହ୍ରାସ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ହ୍ରାସକୁ ରୋକିବା ପାଇଁ ଡଲାର ବିକ୍ରି କରିବାର ସମ୍ଭବନା ରହିଛି।
ଟଙ୍କା ଦୁର୍ବଳ ହେବା ପରେ ଭାରତର ଆମଦାନୀ ବିଲ୍ ବଢିବ। ଆମଦାନୀ ପାଇଁ ଭାରତକୁ ଅଧିକ ଟଙ୍କା ଦେବାକୁ ପଡିବ। ଆମଦାନୀ ଉପରେ ନିର୍ଭର କରୁଥିବା କମ୍ପାନିଙ୍କ ମାର୍ଜିନ କମ ହେବ। ଏହାକୁ ପୂରଣ କରିବା ପାଇଁ ମୂଲ୍ୟ ବୃଦ୍ଧି ହେବ । ଟଙ୍କା ଦୁର୍ବଳ ହେବାର ପ୍ରଭାବ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ମଧ୍ୟ ପଡିବ। ଦେଶର ସମ୍ପତ୍ତି କମିବ, ଯାହା ଆର୍ଥିକ ଦୃଷ୍ଟିରୁ ଭଲ ନୁହେଁ।
ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା
ଜାନୁଆରୀ ୦୧ରେ ୭୫.୪୩
ଫେବୃଆରୀ 01ରେ ୭୪.୩୯
ମାର୍ଚ୍ଚ ୦୧ରେ ୭୪.୯୬
ଏପ୍ରିଲ୍ ୦୧ରେ 7୬.୨୧
ମେ ୦୧ରେ ୭୬.୦୯
ଜୁନ୍ ୦୧ରେ ୭୭.୨୧
ଜୁଲାଇ ୦୧ରେ ୭୭.୯୫
ଅଗଷ୍ଟ ୦୧ରେ ୭୯.୫୪
ଅଗଷ୍ଟ ୨୯ରେ ୮୦.୧୦
ସେପ୍ଟେମ୍ବର ୨୨ରେ ୮୦.୭୯
ସେପ୍ଟେମ୍ବର ୨୬ରେ ୮୧.୬୩
ଟଙ୍କା ଦୁର୍ବଳ ହେବା ପରେ ବିଦେଶରେ ଥିବା ଆଇଟି କମ୍ପାନି ଗୁଡିକର ଆୟ ବଢିବ। ଅନ୍ୟପଟେ ଫାର୍ମାର ରପ୍ତାନୀ ବଢିବ, ବୟନ ଉଗ୍ୟୋଗକୁ ମଧ୍ୟ ଲାଭ ପହଞ୍ଚିବ। ଟେକ୍ସଟାଇଲ ରପ୍ତାନୀରେ ଭାରକ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି।