ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ଭାରତୀୟ କମ୍ପାନୀ ଲାଭବାନ: ଏସ୍ ଏଣ୍ଡ ପି ଗ୍ଲୋବାଲ ରେଟିଂସ୍

ନୂଆଦିଲ୍ଲୀ: ଷ୍ଟାଣ୍ଡାର୍ଡ ଏଣ୍ଡ ପୁଅର୍ସ (ଏସ୍ ଏଣ୍ଡ ପି) ଗ୍ଲୋବାଲ ରେଟିଂସ୍ ଗୁରୁବାର ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ତାଙ୍କ ରେଟିଂରେ ଥିବା ଅଧାରୁ ଅଧିକ ଭାରତୀୟ କମ୍ପାନୀଙ୍କ ମୂଳ ଲାଭପ୍ରଦତା ବେଶ ବଢିଯାଇଥିବା କହିଛନ୍ତି। ଆମେରିକୀୟ ରେଟିଂ ଏଜେନ୍ସୀ ଏକ ରିପୋର୍ଟରେ କହିଛନ୍ତି ଯେ ଯେଉଁ କମ୍ପାନୀମାନଙ୍କର ଆମେ ରେଟିଂ କରୁଛୁ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ରାଜସ୍ୱର ଏକ ବଡ ଅଂଶ ଆମେରିକୀୟ ଡଲାର ସହିତ ଜଡିତ। ଏଣୁ ଟଙ୍କା ମୂଲ୍ୟ ହ୍ରାସର ପ୍ରଭାବ ଏହି କମ୍ପାନୀଙ୍କ ଉପରେ ପଡି ନାହିଁ।

ଏହି ସବୁ କମ୍ପାନୀଙ୍କ ମଧ୍ୟରେ ସୂଚନା ଓ ପ୍ରଯୁକ୍ତି କ୍ଷେତ୍ର, ଧାତୁ ଓ ରସାୟନ କ୍ଷେତ୍ରର କମ୍ପାନୀମାନଙ୍କ ପୂର୍ବ ଆୟ( ଇବିଆଇଟିଡିଏ) ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ଢେର ବଢିଛି। ସେହିପରି ଦୂର ସଞ୍ଚାର ଭଳି ଘରୋଇ ଚାହିଦା ସମ୍ପର୍କିତ କ୍ଷେତ୍ର ମଧ୍ୟ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ସେପରି ପ୍ରଭାବିତ ହୋଇନାହାନ୍ତି। କାରଣ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ହୋଇଥିବା ଆର୍ଥିକ ହାନୀ ଲାଗି ସେମାନଙ୍କର ବନ୍ଦୋବସ୍ତ ରହିଛି।

ସେହିପରି ସେବାର ଡଲାର ଆଧାରିତ ରପ୍ତାନୀକାରୀ ସୂଚନା ଓ ପ୍ରଯୁକ୍ତି କମ୍ପାନୀ ଯେପରିକି ୱିପ୍ରୋ, ଇନଫୋସିସ୍ ଓ ଏଚସିଏଲ ଟେକ୍ନୋଲଜି ଯେଉଁମାନଙ୍କର ନିବେଶ ଟଙ୍କାରେ ଆସେ ସେମାନେ ବିଶେଷ ଲାଭବାନ ହୋଇଛନ୍ତି। ବେଦାନ୍ତ ରିସୋର୍ସେସ ଭଳି ସ୍ଥାନୀୟ  ଧାତୁ କମ୍ପାନୀଙ୍କ ଆୟ ବଢିଛି। ଏକ ଅନୁମାନ ଅନୁସାରେ ଯେତେବେଳେ ଭାରତୀୟ ଟଙ୍କା ଆମେରିକା ଡଲାର ତୁଳନାରେ ୧ ଟଙ୍କା ହ୍ରାସ ହେବ ସେତେବେଳେ ଏହି କମ୍ପାନୀର ଇବିଆଇଟିଡିଏ ପାଖାପାଖି ୫ କୋଟି ଡଲାର ବଢିଯିବ।  ତେବେ ଭାରତୀୟ କର୍ପୋରେଟ ଜଗତରେ ଇନଫ୍ରାଷ୍ଟ୍ରକ୍ଚର କମ୍ପାନୀ ବିଶେଷକରି ଉଚ୍ଚ ପୁଞ୍ଜିଗତ ବ୍ୟୟର ନବୀକରଣ କ୍ଷେତ୍ର କମ୍ପାନୀ ଲାଗି ଟଙ୍କାର ମୂଲ୍ୟ ତଳ ଉପର ହେବା ବାସ୍ତବିକ ଜଟିଳ। କାରଣରେ ଏପରି କମ୍ପାନୀଙ୍କ ଋଣ ଡଲାର ଉପରେ ନିର୍ଭରଶୀଳ।

Related Articles

Back to top button