ବିଲେନିୟର ୱାଡିଆ ପରିବାର ଉପରେ ପ୍ରତିବନ୍ଧକ ଲଗାଇଲା ସେବି

ନୂଆଦିଲ୍ଲୀ: ବମ୍ୱେ ଡାଇନିଂ ଆଣ୍ଡ ମେନ୍ୟୁଫାକଚରିଂ କମ୍ପାନି ଲିମିଟେଡ ସହ କମ୍ପାନିର ପ୍ରମୋଟର୍ସ ଏବଂ ବିଲେନିୟର ୱାଡିଆ ପରିବାର ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି । ସେୟାର ବଜାରକୁ ପରିଚାଳନା କରୁଥିବା ସଂସ୍ଥା ସେବି ଦୁଇ ବର୍ଷ ୱାଡିଆ ପରିବାର ଉପରେ ଏହି ପ୍ରତିବନ୍ଧକ ଲାଗୁ କରିଛି । ଯେଉଁ ପ୍ରମୋଟର୍ସଙ୍କ ଉପରେ ସେବି ପ୍ରତିବନ୍ଧକ ଲାଗୁ କରିଛି ସେମାନଙ୍କ ମଧ୍ୟରେ ନୁସଲୀ ଏନ ୱାଡିଆ, ନେସ ୱାଡିଆ ଏବଂ ଜାହାଙ୍ଗିର ୱାଡିଆ ସାମିଲ ଅଛନ୍ତି । ଏହାସହ ସେବି ୧୫.୭୫ କୋଟି ଟଙ୍କାର ଜରିମାନା ଲଗାଇଛି । ୪୫ ଦିନ ଭିତରେ ଜରିମାନା ରାଶି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାଛଡା ୱାଡିଆ ଗ୍ରୁପର କମ୍ପାନି ସ୍କେଲ ସର୍ଭିସେଜ ଲିମିଟେଡ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ କରାଯାଇଛି । ପୂର୍ବତନ ନିର୍ଦ୍ଦେଶକ ଡି ଏସ ଗଗରାଟ, ଏନଏଚ ଦାତାନୱାଲା ଶୈଳସ କାର୍ଣ୍ଣିକ, ଆର ଚନ୍ଦ୍ରଶେଖରନ ଏବଂ ଦୁର୍ଗେଶ ମେହତାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେବି ଅନୁସାରେ ବମ୍ୱେ ଡାଇନିଂ ଆଣ୍ଡ ମେନ୍ୟୁଫାକଚରିଂ କମ୍ପାନି ଲିମିଟେଡର ଆର୍ଥିକ ତଥ୍ୟରେ ହେରାଫେରି କରାଯାଇଛି। ସେବି କହିଛି, କିଛି ଅଭିଯୋଗକୁ ଆଧାର କରି ଆର୍ଥିକ ବର୍ଷ ୨୦୧୧-୧୨ରୁ ୨୦୧୮-୧୯ର ସମୟ ଯାଏଁ ବମ୍ୱେ ଡାଇନିଂ ଏବଂ ମେନ୍ୟୁଫେକଚରିଂ କମ୍ପାନି ଲିମିଟେଡ ମାମଲାର ତଦନ୍ତ କରାଯାଇଛି ।

Related Articles

Back to top button