ରିଲିଆନ୍ସ ଇଣ୍ଡଷ୍ଟ୍ରିଜ ଉପରେ ୩୦ଲକ୍ଷର ଜରିମାନା ଲଗାଇଲା ସେବି

୨୦୨୦ରେ ସେସିଆଲ୍‌ ମିଡିଆ କମ୍ପାନୀ ଫେସବୁକ୍‌ ରିଲିଆନ୍ସ ଇଣ୍ଡଷ୍ଟ୍ରି  ପ୍ଲାଟଫର୍ମରେ ୫.୭ ଆରବ ଡଲାରର ନିବେଶ କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ହ୍ୱାଟସଆପ୍‌ ଓ ଛୋଟ ଛୋଟ ବ୍ୟବସାୟ ପାଇଁ ଦେୟ ସେବା ପ୍ରଦାନ କରିବାକୁ ଅନୁମତି ଦେବା

ଭାରତର ବଡ କମ୍ପାନୀ ଗୁଡ଼ିକ ମଧ୍ୟରୁ ରିଲିଆନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ଗୋଟିଏ। ଏବେ ସେହି କମ୍ପାନୀ ଉପରେ ୩୦ଲକ୍ଷ ଟଙ୍କାର ଜରିମାନା।  ଭାରତ ପୁଞ୍ଜି ବଜାରର ନିୟାମକ ସେବି ରିଲିଆନ୍ସ ଓ ତାର ଦୁଇ କର୍ମଚାରୀଙ୍କ ଉପରେ ଲଗାଇଛି ୩୦ ଲକ୍ଷର ଜରିମାନା। ରିଲିଆନ୍ସ ସହ ହୋଇଥିବା ଫେସବୁକ୍‌ ଡିଲ୍‌ ର ସଠିକ୍ ତଥ୍ୟ ଦେଇ ପାରିନଥିଲା ରିଲିଆନ୍ସ। ଯେଉଁଥିପାଇଁ ଲାଗୁ ହୋଇଛି ଜରିମାନା।

୨୦୨୦ରେ ସେସିଆଲ୍‌ ମିଡିଆ କମ୍ପାନୀ ଫେସବୁକ୍‌ ରିଲିଆନ୍ସ ଇଣ୍ଡଷ୍ଟ୍ରି  ପ୍ଲାଟଫର୍ମରେ ୫.୭ ଆରବ ଡଲାରର ନିବେଶ କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ହ୍ୱାଟସଆପ୍‌ ଓ ଛୋଟ ଛୋଟ ବ୍ୟବସାୟ ପାଇଁ ଦେୟ ସେବା ପ୍ରଦାନ କରିବାକୁ ଅନୁମତି ଦେବା।

ଫେସବୁକର ଏହି  ନିବେଶ ସାହାଯ୍ୟରେ  ରିଲିଆନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ରିଲିଆନ୍ସର ଋଣ ଭାରକୁ ହ୍ରାସ କରିବାରେ ସାହାଯ୍ୟ ମିଳିଥିଲା। ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (SEBI) କହିଛି ଯେ ମାର୍ଚ୍ଚ ୨୦୨୦ରେ ଖବରକାଗଜ ରିପୋର୍ଟ ଏହି ଡିଲ୍‌ ବିଷୟରେ ଅନେକ ଖବର ପ୍ରକାଶ ପାଇଥିଲା। କିନ୍ତୁ   ରିଲାଏନ୍ସ ଏହି  ବିଷୟରେ  ସେୟାର ବଜାରକୁ କୌଣସି ସୂଚନା ଦେଇ ନଥିଲେ। ରିଲିଆନ୍ସ ପ୍ରବକ୍ତାଙ୍କୁ ଏ ବିଷୟରେ ପ୍ରଶ୍ନ ପଚାରିବା ସତ୍ତ୍ୱେ କୌଣସି ଉତ୍ତର ମିଳିନଥିଲା।   ଯାହା କମ୍ପାନୀର ଅଂଶଧନ ଉପରେ ପ୍ରଭାବ ପକାଇଥିଲା।  ସେତେବେଳେ ରିଲିଆନ୍ସ ଭଳି ଏକ ବଡ କମ୍ପାନୀର ଦାୟିତ୍ୱଥିଲା ଯେ ,  ଏହି ଖବର ବିଷୟରେ ସେଆର୍‌ ମାର୍କେଟକୁ ଅବଗତ କରାଇବ ବୋଲି କହିଛନ୍ତି ସେବି।

ତେବେ ରିଲିଆନ୍ସ ଇଣ୍ଡଷ୍ଟ୍ରିଜ୍ ତରଫରୁ ଏହି ବିଷୟରେ ସଠିକ୍ ସୂଚନା ନ ଦେବା ପୁଞ୍ଜି ବଜାର ନିୟମର ଉଲ୍ଲଂଘନ ଅଟେ । ତେଣୁ ଭାରତର ପୁଞ୍ଜି ବଜାରର ନିୟାମକ SEBI ରିଲିଆନ୍ସ ଏବଂ ଏହାର ଦୁଇ ଅଧିକାରୀଙ୍କ ଉପରେ ୩୦ ଲକ୍ଷର ଜରିମାନା ଲଗାଇଛନ୍ତି।

Related Articles

Back to top button