ନିବେଶକମାନେ ବିଭ୍ରାନ୍ତ ହେବା ଭଳି ନ କରିବାକୁ ମ୍ୟୁଚୁଆଲ୍ ଫଣ୍ଡ୍‌ଙ୍କୁ ସେବିର ତାଗିଦ

ନୂଆଦିଲ୍ଲୀ : ନିବେଶକମାନେ ବିଭ୍ରାନ୍ତ ହେବା ଭଳି କୌଣସି ବିଷୟରେ ବିଜ୍ଞାପନରେ ସାମିଲ ନକରିବାକୁ ମ୍ୟୁଚୁଆଲ୍ ଫଣ୍ଡ୍ ସଂସ୍ଥାଗୁଡ଼ିକୁ ଷ୍ଟକ ବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ତାଦିଗ୍ କରିଛନ୍ତି। ବିଜ୍ଞାପନ, ବ୍ରୋସର ଆଦିରେ ବିଭ୍ରାନ୍ତ କରିବା ଭଳି ତଥ୍ୟ ନହେଦବାକୁ କଂପାନିଗୁଡ଼ିକୁ କୁହାଯାଇଛି। ସେବି ପକ୍ଷରୁ କୁହାଯାଇଛି ଯେ କିଛି ମ୍ୟୁଚୁଆଲ୍‌ ଫଣ୍ଡ୍‌ ସଂସ୍ଥାର ବିଜ୍ଞାପନ ଆମ ନଜରକୁ ଆସିଛି ଯାରହା ସେବି (ମ୍ୟୁଚୁଆଲ୍‌ ଫଣ୍ଡ୍‌) ନିୟମ ୧୯୯୬କୁ ଠିକ୍ ଭାବେ ପାଳନ କରୁନାହିଁ। କିଛି ବିଜ୍ଞାପନ, ବ୍ରୋସର, ପାମ୍ପ୍‌ଲେଟ୍‌ରେ ଏଭଳି ତଥ୍ୟ ରହୁଛି ଯାହାକୁ ଦେଖି ବା ପଢ଼ି ନିବେଶକମାନଙ୍କ ମନରେ ଏକ ପ୍ରକାର ବିଶ୍ବାସ ଜାଗ୍ରତ ହେଉଛି ଯେ ତାଙ୍କ ନିବେଶ ଉପରେ ଫିକ୍ସଡ୍‌ ରିଟର୍ଣ୍ଣ ମିଳିବ। ସେଭଳି ଲେଖା ନିବେଶକଙ୍କୁ ବିଭ୍ରାନ୍ତ କରିପାରେ ବୋଲି ସେବି ଭାବୁଛି। ଭବିଷ୍ୟତରେ ଲେଖାକୁ ହଟାଇବା ଲାଗି ସେବି କଂପାନିମାନଙ୍କୁ କହିଛି।

Related Articles

Back to top button