କର୍ଲଅନ୍‌ ମାଟ୍ରେସ୍‌କୁ ୨୦୦୦ କୋଟି ଟଙ୍କାରେ କିଣିବ ଶିଲା ଫୋମ୍‌

ନୂଆଦିଲ୍ଲୀ: ମାଟ୍ରେସ୍‌ ବଜାରର ଅଗ୍ରଣୀ ବ୍ରାଣ୍ଡ୍‌ କର୍ଲଅନ୍‌କୁ ୨୦୦୦ କୋଟି ଟଙ୍କାରେ କିଣିବ ଏହାର ପ୍ରତିଦ୍ବନ୍ଦ୍ବୀ ସଂସ୍ଥା ଶିଲା ଫୋମ୍‌। କର୍ଲଅନ୍‌ର ସାରା ଦେଶରେ ୧୦ ହଜାରରୁ ଅଧିକ ଡିଲର ଥିବା ବେଳେ ଓଡ଼ିଶା ସମେତ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତରାଞ୍ଚଳ ଓ ଗୁଜରାଟରେ ଏହାର ନଅଟି କାରଖାନା ରହିଛି।

ଏହି ଦୁଇ ସଂସ୍ଥାର ମିଶ୍ରଣରେ ଏକ ବିଶାଳ ମାଟ୍ରେସ୍‌ କଂପାନି ଗଠନ ହେବ ଯାହା କବ୍‌ଜାରେ ବଜାରର ୫୦%ରୁ ଅଧିକ ଅଂଶ ରହିବ। ଏହି ଅଧିଗ୍ରହଣ ଏଭଳି ଏକ ସମୟରେ ହୋଇଛି ଯେତେବେଳେ କର୍ଲଅନ୍‌ ଏହାର ବଜାର ଅଂଶ ହରାଇ ମାଟ୍ରେସ୍‌ ବଜାରରେ ତୃତୀୟ ସ୍ଥାନକୁ ଖସିଆସିଛି। ଡ୍ୟୁରୋଫ୍ଲେକ୍ସ ଦ୍ବିତୀୟ ବୃହତ୍ତମ ମାଟ୍ରେସ୍‌ ନିର୍ମାତା ଭାବେ ଉଭା ହୋଇଛି। ପ୍ରତିଦ୍ବନ୍ଦ୍ବୀ କଂପାନି ଯଥା ଡ୍ୟୁରୋଫ୍ଳେକ୍ସ, ସ୍ପ୍ରିଙ୍ଗ୍‌ୱେଲ୍ ଏବଂ ଦି ସ୍ଲିପିଙ୍ଗ କଂପାନି ପ୍ରାଇଭେଟ୍ ଇକ୍ବିଟି ପାଣ୍ଠି ହାସଲ କରିବାରେ ସଫଳ ହୋଇଛନ୍ତି। ଏହି ଅଧିଗ୍ରହଣ ବିଷୟରେ ଜଣାପଡ଼ିବା ପରେ ଷ୍ଟକ ବଜାରରେ ଶିଲା ଫୋମ୍‌ର ସେୟାର ମୂଲ୍ୟ ବଢ଼ିଛି। କଂପାନି ବିକ୍ରି ହେବା ପରେ ଏହାର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ସୁଧାକର ପାଇ ମଧ୍ୟ ନିଜ ପଦରୁ ହଟିଯିବେ ବୋଲି କୁହାଯାଉଛି।

Related Articles

Back to top button