ଓଡ଼ିଶାର ୯ ଲୋକସଭା ଆସନ ପାଇଁ ଆସିଲା କଂଗ୍ରେସର ସାଂସଦ ପ୍ରାର୍ଥୀ ତାଲିକା

ଓଡ଼ିଶାର ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ। ଆସିଲା କଂଗ୍ରେସର ସାଂସଦ ପ୍ରାର୍ଥୀ ତାଲିକା। ଦ୍ୱିତୀୟ ପର‌୍ୟ୍ୟାୟରେ କଂଗ୍ରେସ ୯ ଜଣ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏନେଇ ଦଳ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କେନ୍ଦୁଝରରୁ ମୋହନ ହେମ୍ବ୍ରମ, ବାଲେଶ୍ୱରରୁ ଶ୍ରୀକାନ୍ତ ଜେନା, ଭଦ୍ରକରୁ ଅନନ୍ତ ପ୍ରସାଦ ସେଠୀ, ଯାଜପୁରରୁ ଅଞ୍ଚଳ ଦାସ, ଢେଙ୍କାନାଳରୁ ସସ୍ମିତା ବେହେରା, କେନ୍ଦ୍ରାପଡ଼ାରୁ ସିଦ୍ଧାର୍ଥ ସ୍ବରୂପ ଦାସ, ଜଗତସିଂହପୁରରୁ ରବୀନ୍ଦ୍ର ସେଠୀ, ପୁରୀରୁ ସୁଚରିତା ମହାନ୍ତି ଏବଂ ଭୁବନେଶ୍ୱରରୁ ୟାସିର ନଓ୍ବାଜଙ୍କୁ ଲୋକ ସଭା ପ୍ରାର୍ଥୀ କରିଛି କଂଗ୍ରେସ। ଏହା ପୂର୍ବରୁ କଂଗ୍ରେସ ଓଡ଼ିଶାର ୮ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ତେବେ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜଙ୍କୁ ଭୁବନେଶ୍ୱରରୁ ଲୋକସଭା ପ୍ରାର୍ଥୀ କରିଛି ଦଳ। ଫଳରେ ଭୁବନେଶ୍ବର‌ରେ କଡ଼ା ଟକ୍କର ହେବ ବୋଲି ଜଣାପଡ଼ିଛି। ଅପରପକ୍ଷରେ କଂଗ୍ରେସ ପକ୍ଷରୁ ଆଜି କୌଣସି ବିଧାନସଭା ପ୍ରାର୍ଥୀ ଘୋଷଣା ହୋଇନାହିଁ। ଏ ପର୍ଯ୍ୟନ୍ତ ଦଳ ପକ୍ଷରୁ ୪୭ଟି ଆସନରେ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ଆହୁରି ୧୦୦ ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି।

Related Articles

Back to top button