
ମାର୍କେଟ ତିନି ଦିନର ବନ୍ଦ ପରେ ସେନସେକ୍ସରେ ଆଜି ୧୬ଶହ ପଏଣ୍ଟ ବୃଦ୍ଧି
ଆମେରିକା ପକ୍ଷରୁ ଟାରିଫ ଉପରେ ୯୦ ଦିନିଆ ବିରାମ ଦେବାର ନିଷ୍ପତ୍ତି ପରେ ଆଜି ପୁଣି ଶେୟାର ମାର୍କେଟରେ ବୃଦ୍ଧି ଦେଖାଦେଇଛି। ମାର୍କେଟ ତିନି ଦିନର ବନ୍ଦ ପରେ ଆଜି ଖୋଲିଥିଲା ଏବଂ ଖୋଲିବା ମାତ୍ରେ ଏଥିରେ ପ୍ରାୟ ୨ ପ୍ରତିଶତ ବୃଦ୍ଧି ଦେଖାଯାଇଥିଲା। ସେନସେକ୍ସ ୧୫୭୩.୯୦ ପଏଣ୍ଟ ବୃଦ୍ଧି ସହିତ ୭୬,୭୩୨.୩୪ ପଏଣ୍ଟ ନିକଟରେ କାରବାର କରୁଛି।ଭାରତୀୟ ଶେୟାର ମାର୍କେଟରେ ଆଜି ସବୁଜ ରଙ୍ଗ ଛାଇ ରହିଛି। ସେନସେକ୍ସର ୩୦ଟି ଶେୟାର ମଧ୍ୟରୁ ୨୮ଟି ସବୁଜ ଚିହ୍ନ ସହିତ କାରବାର କରୁଛନ୍ତି, ଯେଉଁଥିରେ ଟାଟା ମୋଟର୍ସର ଶେୟାରରେ ଜବରଦସ୍ତ ବୃଦ୍ଧି ଦେଖାଯାଉଛି। ମୋଟର୍ସର ଶେୟାର ୫.୧୧ ପ୍ରତିଶତ ବୃଦ୍ଧି ସହିତ ୬୨୫.୪୫ ଟଙ୍କାରେ କାରବାର କରୁଛି। ସେହିପରି ଏଲଟି, ଏଚଡିଏଫସି ଏବଂ ମହିନ୍ଦ୍ରାର ଶେୟାର ମଧ୍ୟ ସବୁଜ ଚିହ୍ନ ସହିତ ଦେଖାଯାଉଛି।