ଷ୍ଟକ୍‌ମାର୍କେଟ୍‌ରୁ ୨୦ ବର୍ଷୀୟ ଯୁବକ ୬୬୪ କୋଟି ଟଙ୍କା ଲାଭବାନ୍

ଦକ୍ଷିଣ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ଛାତ୍ର ହେଲେ ଜ୍ୟାକ୍ ଫ୍ରିମ୍ୟାନ୍। ବୟସ ତାଙ୍କୁ ମୋଟେ ୨୦, ଏଇ ବୟସରେ ସେ ନିଜ ବୁଦ୍ଧିବଳରେ କୋଟିପତି ହୋଇଛନ୍ତି। ଜ୍ୟାକ୍‌ଙ୍କ ମାମୁ ଷ୍ଟକ୍‌ମାର୍କେଟ୍‌ରେ ରୀତିମତ ନିବେଶ କରନ୍ତି।

ମାମୁଙ୍କ ପାଖେ ବସାଉଠା କରି ସେ ବିଭିନ୍ନ ଷ୍ଟକ୍ ବିଷୟରେ ଜାଣିଲେ। କିଛି ମାସ ତଳେ ସେ ନିଜେ ଷ୍ଟକ୍‌ ମାର୍କେଟ୍‌ରେ କାମ କରିବାକୁ ସ୍ଥିର କଲେ। ବାପା, ମା’ ଓ ଦୁଇଜଣ ଘନିଷ୍ଠ ସାଙ୍ଗଙ୍କ ପାଖରୁ ସେ ମୋଟା ଅଙ୍କର ରାଶି ଆଣି ନିବେଶ କଲେ। ଅନୁମାନ କରାଯାଉଛି ଯେ ଜ୍ୟାକ୍‌ ୨୧୫କୋଟିରୁ ଅଧିକ ଟଙ୍କା ଷ୍ଟକ୍‌ କିଣିବାରେ ଲଗାଇଥିଲେ।

ଗୋଟିଏ ମାସ ମଧ୍ୟରେ ସେ କିଣିଥିବା ଷ୍ଟକ୍‌ର ମୂଲ୍ୟ ୫୦୦ ଟଙ୍କାର ୨୫୦୦ ଟଙ୍କାରେ ପହଞ୍ଚିଲା। ରାତାରାତି ତାଙ୍କ ଭାଗ୍ୟ ବଦଳିଯାଇଛି। ମୋଟ୍ ୬୬୪କୋଟି ଟଙ୍କା ତାଙ୍କର ଲାଭ ହୋଇଛି। ଜ୍ୟାକ୍ କହିଛନ୍ତି, ଏହି ଦୁଇ କମ୍ପାନୀର ଷ୍ଟକ୍ କିଣିବା ପୂର୍ବରୁ ସେ ରାତିରାତି ବସି ଭଲଭାବେ ହିସାବ ନିକାସ କରିଥିଲେ। ତେବେ ଷ୍ଟକ୍‌ର ମୂଲ୍ୟ ଯେ ଏତେ ବଢ଼ିବ, ସେ ସ୍ବପ୍ନରେ ସୁଦ୍ଧା କଳ୍ପନା କରିନଥିଲେ ବୋଲି କହିଛନ୍ତି ଜ୍ୟାକ୍।

Related Articles

Back to top button