ସ୍କୁଲ ବସ ଗଛରେ ପଟି ହୋଇ ୧୫ ଛାତ୍ରଛାତ୍ରୀ ଆହତ

ନବରଙ୍ଗପୁର:  ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ମୋହରା ନିକଟରେ ଘଟିଛି  ଏହି ଦୁର୍ଘଟଣା । ୨ ଗୁରୁତରଙ୍କୁ କୋରାପୁଟ ଏବଂ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ ଆହତ ସମସ୍ତ ଛାତ୍ରଛାତ୍ରୀ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟର । ସକାଳୁ ସକାଳୁ ପ୍ରାୟ ସ୍କୁଲ ପିଲାଙ୍କୁ ନେଇ   ଯାଉଥିଲା  ବସଟି । ମୋହରା ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପଟି ହୋଇ ଯାଇଥିଲା। ଫଳରେ  ୧୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ ।

ସେମାନଙ୍କୁ ତୁରନ୍ତ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି । ସେମାନଙ୍କୁ କୋରାପୁଟ ଏବଂ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି । ସ୍କୁଲ୍‌ କର୍ତ୍ତୃପକ୍ଷ ଏବଂ ଚନ୍ଦାହାଣ୍ଡି ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

Related Articles

Back to top button