ଫ୍ରାନ୍ସ କମ୍ପାନୀ ଏୟାରବସ୍ ଠାରୁ ୨୫୦ ବିମାନ କିଣିବ ଏୟାର ଇଣ୍ଡିଆ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଟାଟା ଏହାର ଅଧିନରେ ଥିବା ଏୟାର ଇଣ୍ଡିଆ ପାଇଁ ୨୫୦ ବିମାନ କିଣିବା ପାଇଁ ଫ୍ରାନ୍ସ କମ୍ପାନୀ ଏୟାରବସ୍ ସହିତ ମଙ୍ଗଳବାର ଚୁକ୍ତି କରିଛି। ଦୁଇ କମ୍ପାନୀ ମଧ୍ୟରେ ହୋଇଥିବା ଏହି ଡିଲ୍ ବର୍ତ୍ତମାନ ପର୍ଯ୍ୟନ୍ତ ଏୟାରଲାଇନ୍ସ ଇଣ୍ଡଷ୍ଟ୍ରିରେ ସବୁଠୁ ବଡ଼ ଡିଲ୍ ବୋଲି କୁହାଯାଉଛି । ଏହି ଚୁକ୍ତି ଅଧିନରେ ୪୦ ଏ୩୫୦ ୱାଇଡ-ବଡି ଏବଂ ୨୧୦ ନାରୋ-ବଡି ବିମାନ ସାମିଲ ବୋଲି ଟାଟା ସନ୍ସ ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ କହହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଚୁକ୍ତି ମାଧ୍ୟମରେ କମର୍ସିଆଲ ବିମାନ ଉତ୍ପାଦନ ଭାରତକୁ କିଛି ସମୟରେ ଆଣିବା ଉପରେ ମଧ୍ୟ ନଜର ରହିଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏୟାର ଇଣ୍ଡିଆ ଏବଂ ଏୟାରବସ୍ ମଧ୍ୟରେ ଚୁକ୍ତି ସମୟରେ ଉପସ୍ଥିତ ଥିଲେ। ଫ୍ରାନ୍ସ ରାଷ୍ଟ୍ରପତି ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଡିଅର ନରେନ୍ଦ୍ର କହି ସମ୍ବୋଧିତ କରିଥିଲେ, ଏବଂ ନୁତନ ପାର୍ଟନରସୀପ ପାଇଁ ଧନ୍ୟବାଦ ଦେଇଥିଲେ।

ଏହି ଭିଡିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଐତିହାସିକ ଚୁକ୍ତି ପାଇଁ ଏୟାର ଇଣ୍ଡିଆ ଏବଂ ଏୟାର ବସ୍ କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା। ଏହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ପ୍ରତିଫଳିତ କରିବା ସହିତ ଭାରତର ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ସଫଳତା ଏବଂ ଆକାଂକ୍ଷାକୁ ପ୍ରତିଫଳିତ କରିଥାଏ।

Related Articles

Back to top button