
୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ବୃଦ୍ଧି ପାଇ ୯୭ ହଜାର ପାର୍ କରିଛି
ବଢି ଚାଲିଛି ସୁନା ଦାମ୍। ଏପ୍ରିଲ ୧୭ ଅର୍ଥାତ୍ ଗୁରୁବାର ପୁଣି ବଢିଛି ସୁନା ଦାମ୍ ।୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ବୃଦ୍ଧି ପାଇ ୯୭,୩୧୦ ଟଙ୍କାରେ ପହଞ୍ଚିଛି। ଗତକାଲି ଏହା ୯୬,୧୭୦ ଟଙ୍କା ଥିଲା । ଏଥିରେ ୧,୧୪୦ ଟଙ୍କା ବୃଦ୍ଧି ପାଇଛି।୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୮୯,୨୦୦ ଟଙ୍କା ରହିଛି । ଗତକାଲି ଏହା ୮୮,୧୫୦ ଟଙ୍କା ଥିଲା । ଏଥିରେ ୧,୦୫୦ ଟଙ୍କା ବୃଦ୍ଧି ପାଇଛି ।
୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୨,୯୮୦ ଟଙ୍କା ରହିଛି । ଗତକାଲି ଏହା ୭୨,୧୩୦ ଟଙ୍କା ଥିଲା । ଏଥିରେ ୮୫୦ ଟଙ୍କା ବୃଦ୍ଧି ହୋଇଛି ।ସେହିପରି ରୁପା ଦାମ୍ରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ୧୦୦ ଗ୍ରାମ୍ ରୁପା ଦାମ୍ ୧୧,୦୦୦ ଟଙ୍କା ରହିଛି । ଗତକାଲି ମଧ୍ୟ ଏହା ୧୧,୦୦୦ ଥିଲା ।