ପେଟ୍ରୋଲ ଗାଡ଼ି ସହ ଇଲେକ୍ଟ୍ରିକ ଗାଡ଼ି ମୂଲ୍ୟ ସମାନ ହେବ: ନିତିନ ଗଡ଼କରି

ସରକାର ଇଥାନୋଲ ଇନ୍ଧନର ବ୍ୟବହାରକୁ ପ୍ରେତ୍ସାହିତ କରୁଛନ୍ତି । ଏହା ସହିତ ସଡ଼କ ପଥରେ ପରିବହନ ତୁଳନାରେ ଜଳପଥରେ ପରିବହନ ଶସ୍ତା ଓ ପରିବେଶ ଅନୁକୂଳ ହୋଇଥିବାରୁ ଏହା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି ।

ଦେଶରେ ଏବେ ଇଲେକ୍ଟ୍ରିକ ଗାଡ଼ିର ଚାହିଦା ଦିନକୁ ଦିନ ବଢିଚାଲିଛି । ତେବେ ଏସବୁ ଗାଡ଼ିର ମୂଲ୍ୟ ଏବେ ଅନ୍ୟଗାଡ଼ି ତୁଳନାରେ ଅଧିକ ଥିବାରୁ ଅନେକ ଲୋକ ଚାହିଁ କରି ବି କିଣିପାରୁନାହାନ୍ତି । ଏଦିଗରେ ସରକାର ଏକ ଜରୁରୀ ପଦକ୍ଷେପ ନେବାକୁ ବିଚାର କରୁଛନ୍ତି ।

କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରି କହିଛନ୍ତି ଯେ ସରକାର ଇଲେକ୍ଟ୍ରିକ ଗାଡ଼ିର ମୂଲ୍ୟ କମାଇବାକୁ କେତେକ ପଦକ୍ଷେପ ନେଉଛନ୍ତି । ଆଗାମୀ ଏକ ବର୍ଷରେ ଇଲେକ୍ଟ୍ରିକ ଗାଡିର ମୂଲ୍ୟ ପେଟ୍ରୋଲ ଗାଡ଼ି ସହ ସମାନ ହୋଇଯିବ । ଅଧିକରୁ ଅଧିକ ଲୋକ ଇଲେକ୍ଟ୍ରିକ ଗାଡ଼ି ବ୍ୟବହାର କଲେ ଦେଶର ପେଟ୍ରୋଲିୟମ ବ୍ୟବହାର ହ୍ରାସ ପାଇବ ।

ସେ ଆହୁରିମଧ୍ୟ କହିଛନ୍ତି ଯେ, ସରକାର ଇଥାନୋଲ ଇନ୍ଧନର ବ୍ୟବହାରକୁ ପ୍ରେତ୍ସାହିତ କରୁଛନ୍ତି । ଏହା ସହିତ ସଡ଼କ ପଥରେ ପରିବହନ ତୁଳନାରେ ଜଳପଥରେ ପରିବହନ ଶସ୍ତା ଓ ପରିବେଶ ଅନୁକୂଳ ହୋଇଥିବାରୁ ଏହା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି ।

ଏବେ ପେଟ୍ରୋଲ ଓ ଇଲେକ୍ଟ୍ରିକ କାର ଦର ମଧ୍ୟରେ ଏକ ତୁଳନା କରାଯାଉ । ଭାରତରେ ୫ ଲକ୍ଷ ଟଙ୍କାରୁ କମ ମୂଲ୍ୟରେ ବି ପେଟ୍ରୋଲ କାର ଉପଲବ୍ଧ ଅଛି । ଉଦାହରଣ ସ୍ବରୂପ ମାରୁତି ଅଲଟୋ । କିନ୍ତୁ ଗୋଟିଏ ଟାଟା ଟିଗୋର ଇଲେକ୍ଟ୍ରିକ ଗାଡ଼ିର ମୂଲ୍ୟ ସାଢେ ୧୨ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ସେହିପରି ଟାଟା ନେକ୍ସନର ମୂଲ୍ୟ ୧୮ ଲକ୍ଷରୁ ଆରମ୍ଭ ହେଉଛି ।

Related Articles

Back to top button