ନଭେମ୍ବରରେ ଭାରତ ଆସିବେ ଆମେରିକା ଅର୍ଥ ସଚିବ ଜାନେଟ୍‌ ୟେଲେନ୍‌

ଓ୍ବାଶିଂଟନ: ଆମେରିକା ଅର୍ଥ ସଚିବ ଜାନେଟ୍‌ ୟେଲେନ୍‌ ନଭେମ୍ବର ମାସରେ ଭାରତ ଗସ୍ତରେ ଆସିବେ। ସେ ଆମେରିକା-ଭାରତ ଅର୍ଥନୀତି ଓ ଫାଇନାନ୍ସିଆଲ ସହଭାଗିତା ବୈଠକର ନବମ ସଂସ୍କରଣରେ ଯୋଗଦେବେ। ବିଶ୍ୱ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଚ୍ୟାଲେଞ୍ଜକୁ ସାମ୍‌ନା କରିବାକୁ ହେଲେ ଦୁଇ ରାଷ୍ଟ୍ର ମଧ୍ୟରେ ଦୃଢ଼ ସମ୍ପର୍କ ରକ୍ଷା ଉପରେ ଜାନେଟ୍‌ ଜୋର୍‌ ଦେଇଆସୁଛନ୍ତି। ସେ ତାଙ୍କର ଭାରତ ପ୍ରତିପକ୍ଷ ନିର୍ମଳା ସୀତାରାମନ୍‌ଙ୍କୁ ଭେଟିବା ପରେ ନୂଆଦିଲ୍ଲୀ ଗସ୍ତ ସମ୍ପର୍କରେ ଘୋଷଣା କରିଛନ୍ତି। ଜି୨୦ ବୈଠକ ପୂର୍ବରୁ ସେ ଅର୍ଥ ସଚିବ ଭାବେ ଭାରତକୁ ପ୍ରଥମ ଗସ୍ତ କରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଭାରତର ଅର୍ଥମନ୍ତ୍ରୀ ସୀତାରାମନ୍‌ ନିକଟରେ ଓ୍ବାଶିଂଟନ ଡିସି ଗସ୍ତରେ ଯାଇ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଏବଂ ବିଶ୍ୱବ୍ୟାଙ୍କର ବାର୍ଷିକ ବୈଠକରେ ଯୋଗଦେଇଥିଲେ। ଏଥିସହିତ ସେ ଏକାଧିକ ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ।

Related Articles

Back to top button