ସ୍ପାଇସଜେଟ୍‌ ଉପରେ ଡିଜିସିଏର ବଡ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ସ୍ପାଇସଜେଟ୍‌ ଉପରେ ବୁଧବାର ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଡାଇରେକ୍ଟୋରେଟ ଜେନେରାଲ ସିଭିଲ ଆଭିଏସନ (ଡିଜିସିଏ)। ସ୍ପାଇସଜେଟ୍‌ର ୫୦ ପ୍ରତିଶତ ବିମାନକୁ ୮ ସପ୍ତାହ ପାଇଁ ସ୍ଥଗିତ ରଖାଯାଇଛି। ବିମାନରେ ଥିବା ତ୍ରୁଟିକୁ ଦୃଷ୍ଟିରେ ରଖି ଡିଜିସିଏ ଏହି ପଦକ୍ଷେପ ନେଇଛି। ଡିଜିସିଏ ଦ୍ୱାରା ଜାରି ହୋଇଥିବା ଚିଠିରେ କୁହାଯାଇଛି ଯେ, ଏକ ସୁରକ୍ଷିତ, ଦକ୍ଷ ଏବଂ ନିର୍ଭରଯୋଗ୍ୟ ବିମାନ ପରିବହନ ସେବା ଯୋଗାଇବାରେ ସ୍ପାଇସଜେଟ୍‌ ବିଫଳ ହୋଇଛି। ଆଗକୁ କିନ୍ତୁ ଏକ ନିରାପଦ ବିମାନ ସେବା ପାଇଁ ଏହାର ପ୍ରୟାସ ଜାରି ରଖିବା ଆବଶ୍ୟକ। ଏପ୍ରିଲ ୧ରୁ ଜୁଲାଇ ୫ ମଧ୍ୟରେ ଘଟିଥିବା ଘଟଣା ମଧ୍ୟ ଉଲ୍ଲେଖ କରାଯାଇଛି।
ସୂଚନାଯୋଗ୍ୟ, ଜୁଲାଇ ୧୨ରେ, ସ୍ପାଇସଜେଟର ଦୁବାଇ-ମଦୁରାଇ ବିମାନରେ ଆଗ ଚକରେ ତ୍ରୁଟି ଦେଖାଦେଇଥିଲା। ଏହାପୂର୍ବରୁ, ଏପରି ଅନେକ ଘଟଣା ଘଟିଥିଲା ଯାହା ସ୍ପାଇସଜେଟ୍‌ ବିମାନ ଉପରେ ପ୍ରଶ୍ନ ଉଠିଥିଲା।

Related Articles

Back to top button