ଟ୍ୱିଟର କର୍ମଚାରୀଙ୍କ ପ୍ୟାରେଣ୍ଟାଲ ଲିଭ୍ କୁ ୧୪୦ ଦିନରୁ ମାତ୍ର ୧୪ ଦିନକୁ ହ୍ରାସ କଲେ ଏଲନ୍ ମସ୍କ

ନୂଆଦିଲ୍ଲୀ : ଟ୍ୱିଟର କର୍ମଚାରୀଙ୍କ ପ୍ୟାରେଣ୍ଟାଲ ଲିଭ୍ କୁ ହ୍ରାସ କରିଛନ୍ତି ଏଲନ୍ ମସ୍କ । ୧୪୦ ଦିନରୁ ମାତ୍ର ୧୪ ଦିନକୁ ହ୍ରସ କରାଯାଇଛି । ଅର୍ଥାତ୍ ପୂର୍ବରୁ ପ୍ୟାରେଣ୍ଟାଲ ଲିଭ୍ ପାଇଁ ୨୦ ସପ୍ତାହ ମିଳୁଥିବା ବେଳେ ଏବେ ମାତ୍ର ୨ ସପ୍ତାହ ମିଳିବ । ଏନେ ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ପ୍ରକାଶ ପାଇଛି । ଏହି ପରିବର୍ତ୍ତିତ ନିୟମ ସେହି କର୍ମଚାରୀଙ୍କୁ ଅଧିକ ପ୍ରଭାବିତ କରିବ, ଆମେରିକାର ଯେଉଁ ରାଜ୍ୟରେ ପେଡ୍ ଲିଭ୍ ନାହିଁ ।

ଏଲୋନ୍ ମସ୍କଙ୍କ ଏହି ପଦକ୍ଷେପ ପରେ ସୋସିଆଲ ମିଡିଆରେ ତାଙ୍କୁ କଡ଼ା ସମାଲୋଚନା କରାଯାଉଛି। ଅନେକ ଲୋକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ମା’ମାନଙ୍କୁ ସେମାନଙ୍କ ନବଜାତ ଶିଶୁମାନଙ୍କ ସହିତ ରେଷ୍ଟ, ସମ୍ପୁୂର୍ଣ୍ଣ ସୁସ୍ଥ ଏବଂ ସମୟ ବିତାଇବାକୁ ଅଳ୍ପ ସମୟ ମିଳିବ । ଯାହା ଠିକ୍ ନୁହେଁ ।

Related Articles

Back to top button