ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ଭିଡିଓକନ୍‌ ପ୍ରତିଷ୍ଠାତା ବେଣୁଗୋପାଳଙ୍କୁ ମିଳିଲା ଜାମିନ

ମୁମ୍ବାଇ: ଭିଡିଓକନ୍‌ ପ୍ରତିଷ୍ଠାତା ବେଣୁଗୋପାଳ ଧୁତଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ଶୁକ୍ରବାର ବମ୍ବେ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ସୂଚନା ମୁତାବକ, ୨୦୨୨ ଡିସେମ୍ବର ୨୬ରେ ଧୁତଙ୍କୁ ସିବିଆଇ ଗିରଫ କରିଥିଲା। ୨୦୨୩ ଜାନୁୟାରୀ ୧୩ରେ, ବମ୍ବେ ହାଇକୋର୍ଟରେ ଆଇସିଆଇସିଆଇ ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ସିବିଆଇ ଜବାବ ଦାଖଲ କରିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଅନ୍ୟପଟେ ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ଦାଖଲ ହୋଇଥିବା ଏଫ୍‌ଆଇଆରକୁ ରଦ୍ଦ କରିବାକୁ ବେଣୁଗୋପାଳଙ୍କ ଓକିଲ ଦାବି କରିଥିଲେ। କାରଣ ଧୁତ ତାଙ୍କ ଗିରଫଦାରୀକୁ ବେଆଇନ ବୋଲି କହିଛନ୍ତି। ଅନ୍ୟପଟେ ଧୁତଙ୍କ ହୃଦୟରେ ୯୯ପ୍ରତିଶତ ବ୍ଲକେଜ୍‌ ରହିଛି ବୋଲି ତାଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି। ତେଣୁ ସ୍ବାସ୍ଥ୍ୟଗତ କାରଣରୁ ତାଙ୍କୁ ଜାମିନ ଦେବାକୁ ଦାବି କରାଯାଇଥିଲା। ଗତ ଶୁଣାଣି ସମୟରେ ବେନୁଗୋପାଳଙ୍କ ପରାମର୍ଶଦାତା ଗିରଫ ପ୍ରସଙ୍ଗ ଉଠାଇଥିଲେ ଏବଂ ଏତେ ବର୍ଷ ପରେ କାହିଁକି ଗିରଫ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ।

Related Articles

Back to top button