ଚାଟ୍ ସିକ୍ୟୁରିଟି ପାଇଁ ନୂଆ ଫିଚର ଆଣିଲା ହ୍ୱାଟ୍ସଆପ: ଏଣିକି ୟୁଜର କୌଣସି ନିର୍ଦ୍ଦିଷ୍ଟ ଚାଟକୁ ଲକ୍ କରିପାରିବେ

ନୂଆଦିଲ୍ଲୀ: ହ୍ୱାଟ୍ସଆପକୁ ନେଇ ଏକ ନୂଆ ଏବଂ ଦମଦାର ଫିଚରର ଘୋଷଣା କରିଛି ମେଟା କମ୍ପାନୀ। ଦୀର୍ଘ ଦିନରୁ ୟୁଜରଙ୍କୁ ଯେଉଁ ଫିଚରର ଅପେକ୍ଷା ରହିଥିଲା, ବର୍ତ୍ତମାନ ସେହି ଫିଚରକୁ ଆଣିଛି ହ୍ୱାଟ୍ସଆପ କମ୍ପାନୀ । ଏହି ନୂଆ ଫିଚରର ବ୍ୟବହାର କରି ଏଣିକି ୟୁଜର କୌଣସି ନିର୍ଦ୍ଦିଷ୍ଟ ଚାଟକୁ ଲକ୍ କରିପାରିବେ । କୌଣସି ବ୍ୟକ୍ତି ତଥା ଗ୍ରୁପକୁ ଲକ୍/ଅନଲକ୍ କରିବା ପାଇଁ ଏକ ନୂଆ ଅପ୍ସନ ଦେଇଛି ହ୍ୱାଟ୍ସଆପ୍ ।

ଗତ କିଛି ଦିନରୁ ହେଉଥିବା ଟେଷ୍ଟକୁ ଏବେ ସମସ୍ତ ୟୁଜରଙ୍କ ପାଇଁ ଲାଇଭ କରିଛି କମ୍ପାନୀ । ଏହି ଫିଚର ୟୁଜରମାନଙ୍କ ଚାଟ୍ ସିକ୍ୟୁରିଟି ପାଇଁ ଉପଲବ୍ଧ କରାଯାଇଛି । ହ୍ୱାଟ୍ସଆପରେ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ ମିଳୁଥିଲେ ମଧ୍ୟ ମୋବାଇଲ କାହା ହାତରେ ପଡିଲେ ସେ ଆପଣଙ୍କ ଚାଟକୁ ଆକ୍ସେସ କରିପାରେ । କିନ୍ତୁ ବର୍ତ୍ତମାନ ଏହି ବିପଦରୁ ମୁକ୍ତ ହୋଇଛନ୍ତି ହ୍ୱାଟ୍ସଆପ ୟୁଜର । ଏଭଳି ପରିସ୍ଥିତି ପାଇଁ କମ୍ପାନୀ ଏକ ନୂଆ ସିକ୍ୟୁରିଟି ଫିଚର ଆଡ୍ କରିଛି । ଏହା ସାହାଯ୍ୟ କୌଣସି ଚାଟ୍ ବକ୍ସକୁ ଲକ୍ କରିପାରିବେ ୟୁଜର । ଯାହାଦ୍ୱାରା ଏହାକୁ କେବଳ ଆପଣ ହିଁ ଆକ୍ସେସ କରିପାରିବେ । ଏହାକୁ ଅନଲକ୍ କରିବା ପାଇଁ ୟୁଜରଙ୍କୁ ପିନ୍ କିମ୍ବା ବାୟୋମେଟ୍ରିକ ଲକ୍ ବ୍ୟବହାର କରିବାକୁ ପଡିବ । ତେବେ ଏହି ଫିଚର ସବୁ ମୋବାଇଲରେ ଉପଲବ୍ଧ ହୋଇପାରିବ ନାହିଁ । କେବଳ ଫିଙ୍ଗରପ୍ରିଣ୍ଟ ଏକ୍ କିମ୍ବା ଫେସ୍ ଲକ୍ ଥିବା ଫୋନରେ ଏହି ଫିଚର ପାଇପାରିବେ ୟୁଜର ।

  • ପ୍ରଥମେ ହ୍ୱାଟ୍ସଆପରେ ଲକ୍ କରୁଥିବା ବ୍ୟକ୍ତି/ଗ୍ରୁପର ଚାଟ ଓପନ କରନ୍ତୁ ।
  • ଏହାପରେ ଏହାର ନାମ ଉପରେ କ୍ଲିକ କରନ୍ତୁ
  • ଚାଟ୍ ର ପ୍ରୋଫାଇଲରେ ତଳକୁ ସ୍କ୍ରୋଲ କଲେ ଆପଣଙ୍କୁ ଏକ ‘Lock Chat’ ଅପ୍ସନ ମିଳିବ
  • ଏଥିରେ ଆପଣଙ୍କ ପାସୱାର୍ଡ କିମ୍ବା ବାୟୋମେଟ୍ରିକ୍ସ ଭେରିଫାଏ କରନ୍ତୁ ଏବଂ ସେହି ଚାଟ୍ ଲକ୍ ହୋଇଯିବ ।
  • ହ୍ୱାଟ୍ସଆପର ମେନ୍ ସ୍କ୍ରିନରେ ଉପରେ ଲକ୍ ହୋଇଥିବା ଚାଟ୍ ପାଇପାରିବେ

Related Articles

Back to top button