ପାଇକାରୀ ମୂଲ୍ୟ ସୂଚକାଙ୍କ ମୁଦ୍ରାସ୍ଫୀତି ହ୍ରାସ ପାଇ ୮.୩୯ ପ୍ରତିଶତରେ ପହଞ୍ଚିଛି

ନୂଆଦିଲ୍ଲୀ: ହୋଲସେଲ ବା ପାଇକାରୀ ମୁଦ୍ରାସ୍ଫୀତି କ୍ଷେତ୍ରରେ ବଡ଼ ଆଶ୍ୱସ୍ତି ମିଳିଛି । ଅକ୍ଟୋବରରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଆଧାରିତ ମୁଦ୍ରାସ୍ଫୀତି ହ୍ରାସ ପାଇ ୮.୩୯ ପ୍ରତିଶତରେ ପହଞ୍ଚିଛି। ଯାହା ସେପ୍ଟେମ୍ବରରେ ୧୦.୭ ପ୍ରତିଶତ ଥିଲା। ଗତ ଅକ୍ଟୋବର ମାସରେ ଏହା ଗୋଟିଏ ପଏଣ୍ଟ ଖସି ଆସିଛି। ପ୍ରାୟ ଦେଢ଼ ବର୍ଷ ଧରି ଦୁଇ ଅଙ୍କରେ ଥିବା ପାଇକାରୀ ସୂଚକାଙ୍କ ଏଥର ୧୯ ମାସରେ ରେକର୍ଡ ଭାଙ୍ଗିଛି । ଅକ୍ଟୋବରରେ ପାଇକାରୀ ମୁଦ୍ରାସ୍ଫୀତି ୮.୩୯ ପ୍ରତିଶତ ରହିଛି ଯାହାକି ୨୦୨୧ ଅକ୍ଟୋବରରେ ୧୩.୮୩ ପ୍ରତିଶତ ଥିଲା।

ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ତେଲର ମୂଲ୍ୟ ହ୍ରାସ ହେବା ଯୋଗୁଁ ଏହାର ପ୍ରଭାବ ପାଇକାରୀ ମୁଦ୍ରାସ୍ଫୀତି ଉପରେ ପଡିଛି।

ଖାଦ୍ୟ ସାମଗ୍ରୀର ଦାନ କମ୍ ହେବାରୁ ପାଇକାରୀ ମୁଦ୍ରାସ୍ଫୀତି ହ୍ରାସ ହୋଉଛି। ଖାଦ୍ୟ ମୁଦ୍ରାସ୍ଫୀତି ହାର ଏବେ ୬.୪୮ ପ୍ରତିଶତ ରହିଛି। ଯାହା ଗତ ମାସରେ ଅର୍ଥାତ୍ ସେପ୍ଟେମ୍ବରରେ ୮.୦୮ ପ୍ରତିଶତ ଥିଲା। ପୂର୍ବରୁ ପନିପରିବାରେ ମୁଦ୍ରାସ୍ଫୀତି ୩୯.୬୬ ପ୍ରତିଶତ ଥିଲା। ଯାହା ଏବେ ୧୭.୬୧ ପ୍ରତିଶତ ରହିଛି। ଇନ୍ଧନ ଏବଂ ଉତ୍ପାଦକଙ୍କ ଉତ୍ପାଦ ମୂଲ୍ୟ କମିବାରୁ ହୋଲସେଲ ମୁଦ୍ରାସ୍ଫୀତି ହ୍ରାସ ପାଇଛି।

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ମାସରେ ହୋଲସେଲ ମୂଲ୍ୟ ସୂଚକାଙ୍କ ଭିତ୍ତିକ ମୁଦ୍ରାସ୍ଫୀତି ହାର ୧୪.୫୫ ପ୍ରତିଶତ ଥିଲା। ଯାହା ଫେବୃଆରୀରେ ହୋଲସେଲ ମୂଲ୍ୟ ସୂଚକାଙ୍କ ଉପରେ ଆଧାରିତ ମୁଦ୍ରାସ୍ଫୀତି ହାର ୧୩.୧୧ ପ୍ରତିଶତ ଥିଲା।

Related Articles

Back to top button