ଜୋମାଟୋରୁ ୧୪ଥର ଭାଙ୍ଗ ଅର୍ଡର କରି ବିଫଳ ହେବା ପରେ ଦିଲ୍ଲୀ ପୁଲିସ ଟ୍ୱିଟ କରି ସତର୍କ କରାଇଲା

ନୂଆଦିଲ୍ଲୀ: ଜଣେ ଯୁବକ ଖାଦ୍ୟ ଡେଲିଭର କମ୍ପାନି ଜୋମାଟୋରୁ ୧୪ଥର ଭାଙ୍ଗ ଅର୍ଡର କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ପୁଲିସ ଆଖିରେ ପଡ଼ିବା ପରେ ଦିଲ୍ଲୀ ପୁଲିସ ଟ୍ବିଟ କରି ଯୁବକଙ୍କୁ ତାଗିଦ୍ କରିଥିବା ଦେଖାଯାଇଛି।

ଶୁଭମ ନାମକ ଜଣେ ଯୁବକ ଜୋମାଟୋରୁ ୧୪ଥର ଭାଙ୍ଗ ଅର୍ଡର କରି ବିଫଳ ହେବା ପରେ ‌ଜୋମାଟୋ ଟ୍ବିଟ କରିଥିଲା ଯେ, କେହି ଦୟାକରି ଗୁରୁଗ୍ରାମରେ ରହୁଥିବା ଶୁଭମଙ୍କୁ କୁହନ୍ତୁ ଯେ ଆମେ ଭାଙ୍ଗ ଡେଲିଭର କରୁନାହୁଁ। ସେ ଆମକୁ ୧୪ଥର ପଚାରି ସାରିଲେଣି। ଜୋମାଟୋର ଏଭଳି ଟ୍ବିଟ ଦେଖି ଦିଲ୍ଲୀ ପୁଲିସ ଏହାକୁ ରିଟ୍ବିଟ କରି ଲେଖିଥିଲେ ଯେ, ‘କେହି ଯଦି ଶୁଭମଙ୍କୁ ଭେଟନ୍ତି … ତେବେ ଭାଙ୍ଗ ଖାଇଥିଲେ ଗାଡ଼ି ନଚଳାଇବାକୁ କହିଦେବେ। ‘

ଜୋମାଟୋ ଏବଂ ଦିଲ୍ଲୀ ପୁଲିସର ଏହି ଟ୍ୱିଟ୍ ଉପରେ ଲୋକମାନେ ବହୁତ କମେଣ୍ଟ କରୁଛନ୍ତି। ଜୋମାଟୋର ଟ୍ୱିଟକୁ ଏପର୍ଯ୍ୟନ୍ତ ଶହ ଶହ ଲୋକ ପସନ୍ଦ କରିଥିବା ବେ‌ଳେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଥିବା ଦେଖାଯାଉଛି।

Related Articles

Back to top button