ଇସ୍ତଫା ଦେଲେ ଜୋମାଟୋ ସହ-ପ୍ରତିଷ୍ଠାତା ତଥା ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀ ଗୁଞ୍ଜନ ପାଟିଦାର

ନୂଆଦିଲ୍ଲୀ: ଅନଲାଇନ୍ ଖାଦ୍ୟ ବିତରଣ ପ୍ଲାଟଫର୍ମ ଜୋମାଟୋରେ ପୁଣି ହଇଚଇ ସୃଷ୍ଟି। ହୋଇଛି ଲିମିଟେଡ୍ ସହ-ପ୍ରତିଷ୍ଠାତା ତଥା ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀ ଗୁଞ୍ଜନ ପାଟିଦାର ସୋମବାର ଏହି ପଦରୁ ଇସ୍ତଫା ଦେଇଛନ୍ତି। ଜୋମାଟୋର ପ୍ରଥମ କିଛି କର୍ମଚାରୀଙ୍କ ମଧ୍ୟରୁ ପାଟିଦାର ଥିଲେ ଏବଂ କମ୍ପାନୀ ପାଇଁ କୋର ଟେକ୍ ସିଷ୍ଟମ ନିର୍ମାଣ କରିଥିଲେ। ଗତ ଦଶରୁ ଉର୍ଦ୍ଧ ବର୍ଷ ମଧ୍ୟରେ ସେ ଏକ ଷ୍ଟାର୍ ଟେକ୍ ନେତୃତ୍ୱ ଦଳ ମଧ୍ୟ ପ୍ରତିପୋଷଣ କରିଥିଲେ ଯାହାକି କମ୍ପାନୀର ବୈଷୟିକ କାର୍ଯ୍ୟକୁ ଆଗେଇ ନେବାକୁ ସକ୍ଷମ ଅଟେ। ଜୋମାଟୋ ନିର୍ମାଣରେ ତାଙ୍କର ଅବଦାନ ଅମୂଲ୍ୟ ବୋଲି କମ୍ପାନୀ କହିଛି।

ତେବେ ତାଙ୍କ ଇସ୍ତଫା ହେବାର କାରଣ ପ୍ରକାଶ କରାଯାଇ ନାହିଁ। ଗତ ବର୍ଷ ନଭେମ୍ବରରେ କମ୍ପାନୀର ଅନ୍ୟ ସହ-ପ୍ରତିଷ୍ଠାତା ମୋହିତ ଗୁପ୍ତା ଇସ୍ତଫା ଦେଇଥିଲେ। ଗୁପ୍ତା, ଜୋମାଟୋ ସାଢେ ଚାରି ବର୍ଷ ପୂର୍ବେ ଯୋଗ ଦେଇଥିବା ବେଳେ ଏହାର ଖାଦ୍ୟ ବିତରଣ ବ୍ୟବସାୟର ସିଇଓ ପଦବୀରୁ ୨୦୨୦ ରେ ସହ-ପ୍ରତିଷ୍ଠାତା ଭାବରେ ଉନ୍ନୀତ ହୋଇଥିଲେ।

Related Articles

Back to top button