ଆମେରିକୀୟ ଫିଲାନ୍ଥ୍ରୋପିଷ୍ଟ୍‌ ମ୍ୟାକେଞ୍ଜି ସ୍କଟ୍‌ ୪୩୮ କୋଟି ଟଙ୍କା ମୂଲ୍ୟର ଦୁଇଟି ବଙ୍ଗଳା ଦାତବ୍ୟ ସଂସ୍ଥାକୁ ଦାନ କଲେ

ଆମେରିକୀୟ ଫିଲାନ୍ଥ୍ରୋପିଷ୍ଟ୍‌ (ଗରିବ/ଅସହାୟଙ୍କୁ ସହାୟତା କରୁଥିବା ବ୍ୟକ୍ତି) ତଥା ଆମାଜନ୍‌ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କ ପୂର୍ବତନ ସ୍ତ୍ରୀ ମ୍ୟାକେଞ୍ଜି ସ୍କଟ୍‌ ୫୫ ବିଲିୟନ ଡଲାର (ପ୍ରାୟ ୪୩୮ କୋଟି ଟଙ୍କା) ମୂଲ୍ୟର ଦୁଇଟି ମାନ୍‌ସନ୍‌ ଏକ ଦାତବ୍ୟ ସଂସ୍ଥାକୁ ଦାନ କରିଛନ୍ତି। ଏକ ଅଣଲାଭକାରୀ ଫିଲାନ୍ଥୋ୍ରପିଷ୍ଟ୍‌ ସଂସ୍ଥା କାଲିଫର୍ନିଆ କମ୍ୟୁନିଟି ଫାଉଣ୍ଡେଶନ୍‌ (ସିସିଏଫ୍‌) ଏ ବାବଦରେ ସୂଚନା ଦେଇଛି। ଏଥିପାଇଁ ସିସିଏଫ୍‌ ଅଧ୍ୟକ୍ଷ ତଥା ସିଇଓ ଆଣ୍ଟୋନିଆ ହର୍‌ନାନ୍ଦେଜ୍‌ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଶ୍ୱର ଅନ୍ୟତମ ଧନୀ ମହିଳା ସ୍କଟ୍‌ ତାଙ୍କ ସମ୍ପତ୍ତିର ଅଧିକାଂଶ ଦାନ କରିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ। ସ୍କଟ୍‌ ୨୦୧୯ରେ ବେଜୋସ୍‌ଙ୍କଠାରୁ ଅଲଗା ହୋଇଥିଲେ। ୨୦୨୧ରେ ସ୍କଟ୍‌ ଜଣେ ସ୍କୁଲ ଶିକ୍ଷକ ଡାନ୍‌ ଜିଓ୍ବେଟ୍‌ଙ୍କୁ ବିବାହ କରିଥିଲେ।

Related Articles

Back to top button