ଜାତୀୟ ପ୍ରତିଯୋଗିତାରେ ବରଗଡର କଲ୍ୟାଣୀ ସାହୁ ପୁରସ୍କୃତ

ନୂଆଦିଲ୍ଲୀ: ଜାତୀୟ ସ୍ତରୀୟ ପ୍ରଦର୍ଶନ ଏବଂ ପ୍ରକଳ୍ପ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ। ବରଗଡର କଲ୍ୟାଣୀ ସାହୁ ହେଲେ ପୁରସ୍କୃତ। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହାପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ବରଗଡ଼ ଜିଲ୍ଲାର ଛାତ୍ରୀ କଲ୍ୟାଣୀ ସାହୁଙ୍କୁ ଅଭିନନ୍ଦନ ଜଣାଇଛି। ସେ ଓଡ଼ିଶାର ଦୁଇ ପୁରସ୍କୃତଙ୍କ ମଧ୍ୟରୁ ଅନ୍ୟତମ ଯିଏକି ପ୍ରଦର୍ଶନ ପାଇଁ ପୁରସ୍କୃତ ହୋଇଛନ୍ତି। ସେହିପରି ଶ୍ରେଷ୍ଠ ୬୦ ଜଣ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଅନ୍ୟତମ ଓଡ଼ିଆ ପ୍ରତିଭା ହେଉଛନ୍ତି ଭୁବନେଶ୍ୱର ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ର ବିକାଶ ମିଶ୍ର ।

ଡିପାର୍ଟମେଣ୍ଟ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲଜି ଓ ନ୍ୟାସନାଲ୍ ଇନୋଭେସନ୍ ଫାଉଣ୍ଡେସନର (NIF) ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ  ମାନକ ବା (Million Minds Augmenting National Aspiration and Knowledge) ଆୟୋଜିତ ହୋଇଥିଲା।

କଲ୍ୟାଣୀ ସାହୁ ବରଗଡ଼ ଜିଲ୍ଲାର ମୁରହାପାଲୀ ବ୍ଲକର ଦେଓଲି ନୋଡାଲ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ। ସେ ରୋଗୀ ଏବଂ ବୃଦ୍ଧମାନଙ୍କ ପାଇଁ ଉଦ୍ଦିଷ୍ଟ ହାଇ-ଟେକ୍ ବେଡ୍ ଉପରେ ଏକ ଅଭିନବ ପ୍ରକଳ୍ପ ତିଆରି କରିଥିଲେ। ଏଥିପାଇଁ ସେ ପୁରସ୍କୃତ ହୋଇଛନ୍ତି।

Related Articles

Back to top button