ହିଟ୍ ଆଣ୍ଡ ରନ୍ ମାମଲାରେ ମିଳିବ କଠୋର ଦଣ୍ଡ

କାହାକୁ ଗାଡି ଧକ୍କା ଦେଇ ଯଦି ଚାଳକ ଭାବେ ଫେରାର ହୋଇଯିବ ବୋଲି , ଏଣିକି ତାହା ଆଉ ସମ୍ଭବ ନୁହେଁ । କାରଣ ଏ ମାମଲାରେ ଆଇନ ସଂଶୋଧନ ହେବାକୁ ଯାଉଛି । ଯଦି ଏହି ଦୁର୍ଘଟଣାରେ କାହାରି ମୃତ୍ୟୁ ହୋଇଗଲା ତେବେ ସ୍ଥିତି ଆହୁରି ସଙ୍ଗୀନ । କାରଣ ଭାରତୀୟ ଦଣ୍ଡ ସଂହିତା ମୁତାବକ, ଦୋଷୀକୁ ମିଳିବ ଅତି କମରେ ୧୦ ବର୍ଷ ଜେଲ ଦଣ୍ଡ ।

କେନ୍ଦ୍ର ସରକାର ଭାରତୀୟ ଆଇନ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ବିଲ୍ ଉପସ୍ଥାପନ କରିଛନ୍ତି । ଏହି ପ୍ରସ୍ତାବ ଆଧାରରେ ଯଦି ଚାଳକର ବେପରୁଆ ଗାଡି ଚାଳନାରେ କାହାରି ମୃତ୍ୟୁ ହୋଇଯାଏ ତେବେ ଚାଳକକୁ ନିସ୍ତାର ନାହିଁ କାରଣ ପୂର୍ବରୁ ଏହି ମାମମଲାରେ ଦୋଷୀ ପାଇଁ ଦଣ୍ଡ କୋହଳ ହୋଇପାରୁଥିଲା । ଦୋଷୀ ସାବ୍ୟସ୍ତ ହେବା ପରେ ବି ସେମାନଙ୍କୁ ୨ ବର୍ଷ ଜେଲ ଓ ଜରିମାନା ଦେବାକୁ ପଡୁଥିଲା । ଏହା ପରେ ବି ଅନେକ ସମୟରେ ଦୋଷୀ ଜରିମାନା ଦେଇ ଖସିଯାଇପାରୁଥିଲା । କିନ୍ତୁ ଏଣକି ଏହି ଦଣ୍ଡ କୋହଳ ହେବ । ଦୋଷୀକୁ ଅନ୍ୟୁନ ୧୦ ବର୍ଷ ଜେଲ ଦଣ୍ଡ ସହ ଜରିମାନା ଦେବାକୁ ପଡିବ । ଆଇପିସି ଧାରା ୧୦୪ ଅନୁସାରେ ଏହି ଦଣ୍ଡକୁ କଠୋର କରାଯିବାକୁ ପ୍ରସ୍ତାବ ଆଗତ ହୋଇଛି ।

Related Articles

Back to top button