ମହାଦେବ ବେଟିଂ ଆପ୍ ମାମଲାରେ ଇଡି ନଜରକୁ ଆସିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଛତିଶଗଡ଼ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଦୁଇ ଦିନ ଥିବା ବେଳେ ମହାଦେବ ବେଟିଂ ଆପ୍ ମାମଲାରେ ଇଡି ନଜରକୁ ଆସିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କୁ ୟୁଏଇ ଭିତ୍ତିକ ପ୍ରମୋଟରଙ୍କ ଠାରୁ ମହାଦେବ ବେଟିଂ ଆପର ୫୦୮ କୋଟି ଟଙ୍କା ମିଳିଥିବା ଏକ ଦାଖଲ ଉପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅନୁସନ୍ଧାନ କରୁଛି। ସୂଚନାନୁଯାୟୀ, କିଛିଦିନ ତଳେ ଜଣେ ବ୍ୟକ୍ତିକୁ ୫ କୋଟି ଟଙ୍କା ସହିତ ଗିରଫ କରାଯାଇଥିଲା। ସେହି ବ୍ୟକ୍ତିର କହିବା ଅନୁସାରେ ବଘେଲଙ୍କୁ ମହାଦେବ ବେଟିଂ ଆପ୍‌ର ପ୍ରମୋଟର ୫୦୮ କୋଟି ଟଙ୍କା ପଠାଇଥିବା ଜଣାପଡ଼ିଛି । ନିର୍ବାଚନରେ ଏହି ଟଙ୍କା ଖର୍ଚ୍ଚ ହେବାର ଥିଲା ବୋଲି ସେହି ବ୍ୟକ୍ତି ଜଣକ କହିଛି। ଗୁରୁବାର ଭିଲାଇରେ ସେହି ବ୍ୟକ୍ତିକୁ ଧରିଥିଲା ଇଡି। ବର୍ତ୍ତମାନ ଏହା ଉପରେ ତଦନ୍ତ ଚଳାଇଛନ୍ତି ଇଡି ଅଧିକାରୀମାନେ । ଉଲ୍ଲେଖ ଥାଉ କି, ନଭେମ୍ବର ୭ ଏବଂ ୧୭ ତାରିଖରେ ଛତିଶଗଡବାସୀ ମତଦାନ ଦେବେ | ଆଉ ତା’ ର୍ବରୁ ଚଢ଼ାଉ କରିଛି ଇଡି |

ଇଡି କହିଛି ଯେ ଛତିଶଗଡରେ ଶାସକ କଂଗ୍ରେସର ନିର୍ବାଚନ ଖର୍ଚ୍ଚ ପାଇଁ ବିପୁଳ ପରିମାଣର ନଗଦ ବିତରଣ ପାଇଁ ୟୁଏଇରୁ ପଠାଯାଇଥିବା ଅସୀମ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅସୀମଙ୍କ କାର ଏବଂ ତାଙ୍କ ବାସଭବନରୁ ୫.୩୯ କୋଟି ଟଙ୍କା ମୂଲ୍ୟର ନଗଦ ଜବତ କରାଯାଇଛି ବୋଲି ଇଡି ଦାବି କରିଛି।“ଅସୀମ ଦାସଙ୍କ ପଚରାଉଚରା ଠାରୁ ଏବଂ ତାଙ୍କ ନିକଟରୁ ଫୋନର ଫୋରେନସିକ୍ ପରୀକ୍ଷଣ ଏବଂ ମହାଦେବ ନେଟୱାର୍କର ଜଣେ ଉଚ୍ଚପଦସ୍ଥ ଅଭିଯୁକ୍ତ ପଠାଇଥିବା ଏକ ଇମେଲର ଯାଞ୍ଚରୁ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଇତିମଧ୍ୟରେ ନିୟମିତ ଦେୟ ପ୍ରଦାନ କରାଯାଇଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କୁ ମହାଦେବ ଆପ ପ୍ରୋତ୍ସାହକମାନେ ପ୍ରାୟ ୫୦୮ କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି ଇଡି ଏକ ବିବୃତ୍ତିରେ କହିଛି। ”

ସୂଚନା ଥାଉ କି, ଅନଲାଇନ୍ ବେଟିଂ ଆପ୍ ସହିତ ଲିଙ୍କ୍ ହୋଇଥିବା ମନି ଲଣ୍ଡରିଂ ନେଟୱାର୍କରେ ଗୁରୁବାର ଦିନ ଛତିଶଗଡର ବିଭିନ୍ନ ସ୍ଥାନରେ ଇଡି ଅଧିକାରୀମାନେ ଚଢ଼ାଉ କରିଥିଲେ। ଏହି ମାମଲାରେ କେନ୍ଦ୍ରୀୟ ଏଜେନ୍ସି ଚାରି ଜଣଙ୍କୁ ଗିରଫ କରିଛି ଏବଂ ଏପର୍ଯ୍ୟନ୍ତ ୪୫୦ କୋଟିରୁ ଅଧିକ ମୂଲ୍ୟର ନଗଦ ଜବତ କରାଯାଇଛି । ନିକଟରେ ମହାଦେବ ଆପ୍ ବେଟିଂ ମାମଲାରେ ଏକ ଚାର୍ଜସିଟରେ ପ୍ରମୋଟର ସୌରଭ ଚନ୍ଦ୍ରକର ଏବଂ ରବି ଉପପାଲଙ୍କୁ ଅନ୍ୟ ୧୨ ଜଣ ଅଭିଯୁକ୍ତଙ୍କ ସହିତ ଗିରଫ କରାଯାଇଛି

Related Articles

Back to top button