ଆଜି ଲଗାଣ ବର୍ଷା ପାଇଁ ୨୦୦ ଟ୍ରେନ୍ ବାତିଲ

ନୂଆଦିଲ୍ଲୀ: ଆଜି ଟ୍ରେନରେ ଯିବାକୁ ଯଦି ଆପଣ ସ୍ଥିର କରିଛନ୍ତି ତେବେ ଟ୍ରେନର ଟାଇମ୍ ଟେବଲ୍ ଟିକେ ଦେଖି ନିଅନ୍ତୁ । କାରଣ ସାରା ଦେଶରେ ଲଗାଣ ବର୍ଷା ପାଇଁ ଆଜି ୨୦୦ରୁ ଅଧିକ ଟ୍ରେନ ବାତିଲ ହୋଇଛି । ବର୍ଷା ପାଇଁ  ଭାରତୀୟ ରେଳ ୨୦୩ ଟ୍ରେନକୁ ବାତିଲ କରିଥିବା ଜଣାପଡିଛି। ଏହା ସହ  ୩୮ ଟି ଟ୍ରେନ୍ ଆଂଶିକ ବାତିଲ ହୋଇଥିବାବେଳେ ୪୦ ଟି ଟ୍ରେନ୍ ଡାଇଭର୍ଟ କରାଯାଇଛି।  ଏହା ବ୍ୟତୀତ ୧୯ ଟି ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି । ଯଦି ବି ଆପଣ ଟିକେଟ କରିଥିବେ ତେବେ ବୁଝିନିଅନ୍ତୁ ଆପଣଙ୍କ ଟ୍ରେନ୍ ବାତିଲ ହୋଇଛି କି ଡାଇଭର୍ଟ ହୋଇଛି।

ଟ୍ରେନ୍ ବାତିଲ୍ ନେଇ ବିଭାଗ ପକ୍ଷରୁ କୁହାଯାଇଛି ଯେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଅନେକ ଟ୍ରେନ ବାତିଲ କରାଯାଇଛି। ରେଳବାଇ ଏହାର ୱେବସାଇଟରେ ବାତିଲ ହୋଇଥିବା ଟ୍ରେନର ତାଲିକା ଅପଡେଟ୍ କରିଛି।  ଏଠାରେ ଆମେ କହିରଖୁଛୁ ବର୍ଷା ପାଇଁ  ଯାତ୍ରା ପୂର୍ବରୁ ଏହାର ସ୍ଥିତି ଦେଖିବା ପରେ ହିଁ ରେଳ ଷ୍ଟେସନକୁ ଯିବା ଉଚିତ।

Related Articles

Back to top button