ଭୂକମ୍ପରେ ଥରିଲା ଉତ୍ତରାଖଣ୍ଡର ପିଥୋରାଗଡ ସହର

ଆଜି ସକାଳ ପ୍ରାୟ ୯.୫୫ ମିନିଟ ସମୟରେ ଉତ୍ତରାଖଣ୍ଡର ପିଥୋରାଗଡ ସହରରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୬ । ଭୂକମ୍ପ ଅନୁଭୂତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି ହୋଇଥିଲା । ଲୋକମାନେ ଘରୁ ବାହାରି ଏଣେତେଣେ ଦୌଡ଼ି ପଳାଇଥିଲେ । ଭୂକମ୍ପରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଭୂକମ୍ପ କେବଳ ପିଥୋରାଗଡ ନୁହେଁ ବରଂ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି ।

Related Articles

Back to top button