କୋର୍ଟରେ ହାଜର ହେଲେ ନାହିଁ ଅନୁଭବ ମହାନ୍ତି

ଆଜି କଟକ ଜେଏମଏଫସି ସ୍ୱତନ୍ତ୍ର କୋର୍ଟରେ ଅନୁଭବଙ୍କୁ ହାଜର ପାଇଁ ନୋଟିସ ପଠାଯାଇଥିଲା । ତେବେ ଏ ନେଇ ଅଭିନେତା ଅନୁଭବ ମହାନ୍ତି ଆଜି କୋର୍ଟରେ ହାଜର ହୋଇନାହାନ୍ତି । ସେ କୋର୍ଟଙ୍କୁ ଓକିଲଙ୍କ ଜରିଆରେ ବ୍ୟକ୍ତିଗତ କାରଣ ଦର୍ଶାଇ ସମୟ ମାଗିଛନ୍ତି । ତେଣୁ ଏହି ଅବେଦନକୁ ଗ୍ରହଣ କରି କୋର୍ଟ ଅନୁଭବଙ୍କୁ ସମୟ ଦେଇଛନ୍ତି ।

ମେ ୮ ତାରିଖ ଦିନ ଅଭିନେତା ଅନୁଭବ ମହାନ୍ତିଙ୍କ ନାଁରେ ଚାର୍ଜଫ୍ରେମ୍ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଜେଏମଏଫସି ସ୍ୱତନ୍ତ୍ର କୋର୍ଟରେ ଅନୁଭବଙ୍କ ଡିସଚାର୍ଜ ପିଟିସନ ଖାରଜ ହୋଇଥିଲା । ଏହି ମାମଲା ବର୍ଷାଙ୍କ ପକ୍ଷରୁ ପୁରୀଘାଟ ଥାନାରେ କରାଯାଇଥିଲା। ଏହି ଘରୋଇ ହିଂସା ମାମଲା କୋର୍ଟରେ ବିଚାରଧୀନ ଥିଲା ।

Related Articles

Back to top button