ଦୀପାବଳି ଭେଟି: ୧୧.୨୭ ଲକ୍ଷ ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ

ନୂଆଦିଲ୍ଲୀ: ରେଳ କର୍ମଚାରୀଙ୍କୁ ବୋନସ ଦେବାକୁ ମୋଦି କ୍ୟାବିନେଟ ବୁଧବାର ନିଷ୍ପତ୍ତି ନେଇଛି। କ୍ୟାବିନେଟ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ ଦିଆଯିବ। ୧୧.୨୭ ଲକ୍ଷ ରେଳ କର୍ମଚାରୀଙ୍କୁ ଏହା ଦିଆଯିବ।
ଏହା ସହିତ ତୈଳ ବିତରଣ କମ୍ପାନୀମାନଙ୍କୁ ୨୨,୦୦୦ କୋଟି ଟଙ୍କା ଅନୁଦାନ ଦିଆଯାଇଛି। ଯାହାଦ୍ୱାରା ଅନ୍ତର୍ଜାତୀୟ ବଜାରରେ ଏଲପିଜି ମୂଲ୍ୟ ବୃଦ୍ଧି ସତ୍ତ୍ୱେ ଘରୋଇ ଏଲପିଜିର ମୂଲ୍ୟ ବୃଦ୍ଧି ନହେବା କାରଣରୁ ହୋଇଥିବା କ୍ଷତି ଭରଣା କରିହେବ।


କ୍ୟାବିନେଟ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଗୁଜରାଟର କାଣ୍ଡଲାଠାରେ ଦିନ ଦୟାଲ ପୋର୍ଟ ପ୍ରାଧିକରଣ ଅଧୀନରେ ଏକ କଣ୍ଟେନର ଟର୍ମିନାଲ ଏବଂ ମଲ୍ଟି ପର୍ପୋଜ କାର୍ଗୋ ବର୍ଥ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାର ମୂଲ୍ୟ ପ୍ରାୟ ୬ ହଜାର କୋଟି ଟଙ୍କା ହେବ।
ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ଭିତ୍ତିଭୂମି ତଥା ଅନ୍ୟାନ୍ୟ ସାମାଜିକ ଭିତ୍ତିଭୂମି ବିକାଶ ପାଇଁ PM-devine ଯୋଜନାକୁ ଅନୁମୋଦନ କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ଯୋଜନା ଚାରି ବର୍ଷ ପର୍ଯ୍ୟନ୍ତ ହେବ (୨୦୨୫-୨୬ ପର୍ଯ୍ୟନ୍ତ)।

Related Articles

Back to top button