କଟକରେ ନକଲି ଔଷଧ କାରବାର ଘଟଣାରେ ଦୁଇ ଗିରଫ

କଟକ: କଟକରେ ନକଲି ଔଷଧ କାରବାର ଘଟଣାରେ ପୋଲିସ ବୁଧବାର ଦୁଇ ଜଣଙ୍କୁ ଗିରଫ କରିଛି। ପୂର୍ବରୁ ଗିରଫ ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ଠାରୁ ଏମାନେ ଔଷଧ କିଣୁଥିଲେ । ପୂର୍ବରୁ ଏହି ମାମଲାରେ ୬ ଜଣଙ୍କୁ ପୋଲିସ ଗିରଫ କରିସାରିଛି। ସୂଚନାନୁସାରେ, କଟକର ବିଭିନ୍ନ ସ୍ଥାନରେ କିଛି ଦିନ ତଳେ ନକଲି ଔଷଧ କାରବାର ସୂଚନା ପାଇ ଡ୍ରଗ କଣ୍ଟ୍ରୋଲର ଟିମ୍‌ ଚଢାଉ କରିଥିଲେ। ଏହି ସମୟରେ ବିପୁଳ ପରିମାଣରେ ନକଲି ଔଷଧ ଜବତ ହୋଇଥିଲା।

Related Articles

Back to top button