‘ଏଲ୍ ଆଣ୍ଡ୍ ଟି ଇନଫୋଟେକ୍’ ଏବଂ ‘ମାଇଣ୍ଡଟ୍ରି’ର ମିଶ୍ରଣ: ଜଏଣ୍ଟ ଭେଞ୍ଚର LTIMindtee ନାମରେ ନାମିତ

ନୂଆଦିଲ୍ଳୀ: ଏଲ୍ ଆଣ୍ଡ୍ ଟି ଇନଫୋଟେକ୍ ଏବଂ ମାଇଣ୍ଡଟ୍ରିର ବିଲୟକୁ ମଞ୍ଜୁରୀ ମିଳିବା ପରେ। ଏବେ ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଭୟ କମ୍ପାନୀର ଜଏଣ୍ଟ ଭେଞ୍ଚରକୁ LTIMindtee ନାମରେ ନାମିତ କରାଯିବ। ଦେଶର ଆଇଟି ସେକ୍ଟରରେ ଏହା ଏକ ବଡ଼ ବିଲୟ ବୋଲି କୁହାଯାଉଛି। ବିଲୟ ପରେ ମାର୍କେଟ ଭ୍ୟାଲୁ ହିସାବରେ ଏହା ପଞ୍ଚମ ସବୁଠୁ ବଡ଼ ଆଇଟି ସର୍ଭିସ ଯୋଗାଉଥିବା କମ୍ପାନୀ ହେବାକୁ ଯାଉଛି।

ଗତ ମେ ମାସ ୬ ତାରିଖରେ ହିଁ ଏଲଆଣ୍ଡଟି ସଫ୍ଟଓୟାରର ୨ ୟୁନିଟ୍‌ର ବିଲୟ ଘୋଷଣା କରାଯାଇଥିଲା। ଏବେ ଏହାକୁ ମଞ୍ଜୁରୀ ମିଳିଛି। ଆଶା କରାଯାଉଛି ଚଳିତ ବର୍ଷ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହୋଇଯିବ। ଏଲଆଣ୍ଡ ଟି ଲିମିଟେଡ ପାଖରେ ଏଲଆଣ୍ଡଟି ଇନଫୋଟେକ୍‌ରେ ୬୮.୭୩ ପ୍ରତିଶତ ଅଂଶଧନ ରହିବ। ଏହା ବ୍ୟତୀତ ମାଇଣ୍ଡଟ୍ରିର ଶେୟାରଧାରକଙ୍କୁ ପ୍ରତି ୧୦୦ ମାଇଣ୍ଡଟ୍ରି ଶେୟାର ପାଇଁ ୭୩ ଏଲଟିଆଇ ଶେୟାର ଦିଆଯିବ। ୨୪ ନଭେମ୍ବର ୨୦୨୨ ରେ ଶେୟାର ଜାରି କରାଯିବ।

ରିପୋର୍ଟ ଅନୁଯାୟୀ, ଉଭୟ କମ୍ପାନୀଙ୍କ ବିଲୟ ପରେ ଏଲଟିଆଇମାଇଣ୍ଡଟ୍ରିର ପରିଚାଳନା ମାଇଣ୍ଡଟ୍ରିର ସିଇଓ ଦେବାଶିଷ ଚାଟାର୍ଜୀଙ୍କ ହାତରେ ରହିବ। କୁହାଯାଇଛି ଯେ ସେପ୍ଟେମ୍ବର ୨୦୨୨ ମଧ୍ୟରେ ଉଭୟ କମ୍ପାନୀରେ କାମ କରୁଥବା କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୮୯,୨୭୧ ଥିଲା। ତେବେ ଏହି ବିଲୟକୁ  ଦେଶର ଏପର୍ଯ୍ୟନ୍ତ ହୋଇଥିବା ସବୁଠୁ ବଡ଼ ମିଶ୍ରଣ ବୋଲି କୁହାଯାଉଛି।

Related Articles

Back to top button