ପାଶ୍ଚାତ୍ୟ ଦେଶକୁ ରୁଷିଆ ଇନ୍ଧନ ଯୋଗାଣ କରିବ ନାହିଁ

ମସ୍କୋ: ରୁଷିଆ ତେଲର ମୂଲ୍ୟ ସୀମା (ପ୍ରାଇସ୍‌ କ୍ୟାପ୍‌) ନିର୍ଦ୍ଧାରଣ କରିବା ପାଇଁ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ଯୋଜନା କରୁଛନ୍ତି। ହେଲେ ଏଭଳି ପଦକ୍ଷେପ ପାଶ୍ଚାତ୍ୟ ପାଇଁ ମୂର୍ଖତାପୂର୍ଣ୍ଣ ହେବ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଛନ୍ତି। ଯେଉଁ ଦେଶଗୁଡ଼ିକ ଏଥିରେ ସାମିଲ ହେବେ ସେମାନଙ୍କୁ ରୁଷିଆରୁ ନା ତେଲ ମିଳିବ ନା ଗ୍ୟାସ୍‌। ମସ୍କୋ ସ୍ବାର୍ଥ ବିରୋଧୀ ପଦକ୍ଷେପ ନେଉଥିବା ଦେଶକୁ ରୁଷିଆ ତେଲ, ଗ୍ୟାସ୍‌, କୋଇଲା ବା କୌଣସି ପ୍ରକାର ଇନ୍ଧନ ଯୋଗାଣ କରିବ ନାହିଁ ବୋଲି ବୁଧବାର ଭ୍ଲାଡିଭୋଷ୍ଟକରେ ଆୟୋଜିତ ଇଷ୍ଟର୍ନ ଇକୋନୋମିକ ଫୋରମ୍‌ରେ ଯୋଗଦେଇ ପୁଟିନ୍‌ ଚେତାବନୀ ଦେଇଛନ୍ତି। ସାଉଦି ଆରବ ପରେ ରୁଷିଆ ବିଶ୍ୱର ଦ୍ୱିତୀୟ ବୃହତ୍ତମ ତୈଳ ରପ୍ତାନିକାରୀ ଏବଂ ବୃହତ୍ତମ ପ୍ରାକୃତିକ ଗ୍ୟାସ୍‌ ରପ୍ତାନିକାରୀ ଦେଶ। ଏଭଳି ପରିସ୍ଥିତିରେ ପୁଟିନଙ୍କ ଏହି ନିଷ୍ପତ୍ତି ବିଶ୍ୱ ଶକ୍ତି ବଜାରକୁ ସିଧାସଳଖ ପ୍ରଭାବିତ କରିବା ଆଶଙ୍କା ରହିଛି। ଏଥିଯୋଗୁ ବିଶ୍ୱ୍‌ ଅର୍ଥନୀତି ଇନ୍ଧନ ମୂଲ୍ୟ ବୃଦ୍ଧି ସମସ୍ୟାର ସାମ୍‌ନା କରିବ।

ଉପରେ ଆକ୍ରମଣ ରୋକିବା ପାଇଁ ରୁଷିଆର ଆୟ ହ୍ରାସ ଉଦ୍ଦେଶ୍ୟରେ ଗତ ଶୁକ୍ରବାର ଜି-୭ ଦେଶର ଔଦ୍ୟୋଗିକ ଶକ୍ତି ବା ଇଣ୍ଡଷ୍ଟ୍ରିଆଲାଇଜ୍‌ଡ ପାଓ୍ବାର ଇନ୍ଧନ ମୂଲ୍ୟରେ ପ୍ରାଇସ୍‌ କ୍ୟାପ୍‌ ଲଗାଇବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଏହା ଉପରେ ପ୍ରତିକ୍ରିୟା ରଖି ପୁଟିନ୍‌ କହିଛନ୍ତି, ରୁଷିଆ ଚୁକ୍ତିଭିତ୍ତିକ ଦାୟିତ୍ୱକୁ ସମ୍ମାନ କରେ ଏବଂ ଅନ୍ୟ ଦେଶଗୁଡ଼ିକ ମଧ୍ୟ ଅନୁରୂପ କାମ କରନ୍ତୁ ବୋଲି ଆଶା କରେ। ଯେଉଁମାନେ ରୁଷିଆ ଉପରେ କିଛି କଟକଣା ଲଗାଇବାକୁ ଚେଷ୍ଟା କରୁଛନ୍ତି ସେମାନେ ଆଜି ନିଜ ଇଚ୍ଛାରେ କାମ କରିବା ସ୍ଥିତିରେ ନାହାନ୍ତି। ସେମାନେ ଚେତିବା ଉଚିତ। ୟୁକ୍ରେନ୍‌ ଆକ୍ରମଣକୁ ବିରୋଧ କରି ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଲଗାଇଥିବା କଟକଣା ଉପରେ ପୁଟିନ୍‌ କହିଛନ୍ତି, ରୁଷିଆକୁ ବିଶ୍ୱରୁ ଅଲଗା କରିବା ଅସମ୍ଭବ। ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଥିବା ଦେଶଗୁଡ଼ିକର ଗୁରୁତ୍ୱ ବଢ଼ିଛି। ସେମାନଙ୍କ ସହ ସହଭାଗିତା ରୁଷିଆ ନାଗରିକଙ୍କ ପାଇଁ ନୂଆ ସୁଯୋଗ ଆଣିଦେବ ବୋଲି ପୁଟିନ୍‌ କହିଛନ୍ତି। ଏଥିସହ ୟୁକ୍ରେନ୍‌ରୁ ଯାଉଥିବା ଖାଦ୍ୟଶସ୍ୟ ବିକାଶଶୀଳ ବା ଗରିବ ଦେଶଗୁଡ଼ିକୁ ନୁହେଁ ବରଂ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ପହଞ୍ଚୁଥିବା ପୁଟିନ୍‌ ଅଭିଯୋଗ ଆଣିଛନ୍ତି।
ୟୁରୋପକୁ ରୁଷିଆ ତୈଳ ଯୋଗାଣ କମିବା ପରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ୟୁରୋପୀୟ ଦେଶଗୁଡ଼ିକରେ ଇନ୍ଧନ ମୂଲ୍ୟ ବହୁମାତ୍ରାରେ ବଢ଼ିଛି। ପୁଟିନ୍‌ଙ୍କ ଚେତାବନୀ ସତ୍ତ୍ୱେ ୟୁରୋପୀୟ ୟୁନିୟନ (ଇୟୁ) ରୁଷିଆର ରାଜସ୍ବ ହ୍ରାସ ପାଇଁ ତେଲ ଉପରେ ପ୍ରାଇସ୍‌ କ୍ୟାପ୍‌ ଲଗାଇବାକୁ ଯୋଜନା କରିଛି। ୟୁକ୍ରେନ୍‌ରେ ଯୁଦ୍ଧ ବର୍ବରତା ରୋକିବା ପାଇଁ ଏହି ପଦକ୍ଷେପ ନେବାକୁ ପଡ଼ିବ ବୋଲି ୟୁରୋପିଆନ୍‌ କମିଶନ ମୁଖ୍ୟ ଉର୍ସୁଲା ଭୋନ୍‌ ଡେର୍‌ ଲେୟେନ୍‌ କହିଛନ୍ତି। ଫିନ୍‌ଲାଣ୍ଡ ରିସର୍ଚ୍ଚରଙ୍କ ଆକଳନ ଅନୁସାରେ, ଜୀବାଶ୍ମ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଥିବାବେଳେ ରୁଷିଆ ୟୁକ୍ରେନ୍‌ ଆକ୍ରମଣର ୬ ମାସ ଭିତରେ ଏଥିରୁ ୧୫୮ ବିଲିୟନ ୟୁରୋ ଆୟ କରିଛି। ସେଥିରୁ କେବଳ ଇୟୁ ଅର୍ଦ୍ଧାଧିକ ଅର୍ଥର ଇନ୍ଧନ କ୍ରୟ କରିଛି।

Related Articles

Back to top button