ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷାଙ୍କୁ ୧୦-୧୫ ମିଟର ଟାଣି ନେଲେ ନିଶାଶକ୍ତ କାର ଡ୍ରାଇଭର, ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲଙ୍କ ସହ ଏକ ଅଭାବନୀୟ ଘଟଣା ଘଟିଛି। ଅଭିଯୋଗ ହୋଇଛି ଯେ, ଦିଲ୍ଲୀର ଏମ୍ସର ଗେଟ ନମ୍ବର ୨ ସମ୍ମୁଖରେ ଜଣେ ନିଶାଶକ୍ତ କାର ଡ୍ରାଇଭର ସ୍ବାତିଙ୍କୁ ୧୦ ରୁ ୧୫ ମିଟର ପର୍ଯ୍ୟନ୍ତ ଟାଣି ନେଇଥିଲେ। ଏହି ପ୍ରସଙ୍ଗରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।
ପୋଲିସ ନିଜେ ଏ ବିଷୟରେ ସୂଚନା ଦେଇ କହିଛି, ବୁଧବାର ବିଳମ୍ବିତ ରାତିରେ ଜଣେ କାର ଡ୍ରାଇଭର ସ୍ବାତୀଙ୍କୁ ୧୦-୧୫ ମିଟର ପର୍ଯ୍ୟନ୍ତ ଟାଣି ନେଇଥିଲେ। କାର ଡ୍ରାଇଭର ତାଙ୍କୁ କାରରେ ବସିବାକୁ କହିଥିଲେ। କିନ୍ତୁ ସେ ଏହାକୁ ବିରୋଧ କରିବାରୁ ନିଶାଶକ୍ତ ଡ୍ରାଇଭର ତାଙ୍କ ସହ ଏଭଳି କାଣ୍ଡ ଘଟାଇଥିଲେ।
ଏନେଇ ସ୍ବାତୀ ମାଲିଓ୍ବାଲ ଟୁଇଟ୍‌ ଯୋଗେ କହିଛନ୍ତି, ଗତକାଲି ବିଳମ୍ବିତ ରାତିରେ ମୁଁ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷା ପରିସ୍ଥିତି ଯାଞ୍ଚ କରୁଥିଲି। ଜଣେ କାର ଡ୍ରାଇଭର ନିଶାଶକ୍ତ ଅବସ୍ଥାରେ ମୋ ସହ ଅସଦାଚରଣ କରିଥିଲେ। ମୁଁ ତାଙ୍କୁ ଧରିଥିଲି, ସେ କାରର ଝରକାରେ ମୋ ହାତ ଧରି ଟାଣି ନେଇଥିଲେ। ଭଗବାନ ମୋ ଜୀବନ ରକ୍ଷା କଲେ। ଯଦି ମହିଳା ଆୟୋଗର ଚେୟାରମ୍ୟାନ ଦିଲ୍ଲୀରେ ସୁରକ୍ଷିତ ନୁହଁନ୍ତି, ତେବେ ପରିସ୍ଥିତି କଳ୍ପନା କରନ୍ତୁ।

Related Articles

Back to top button