ଅଭିନେତା ଶାହନାୱାଜ ପ୍ରଧାନଙ୍କର ହୃଦଘାତରେ ମୃତ୍ୟୁ

ମୁମ୍ବାଇ: ମିର୍ଜାପୁର ଅଭିନେତା ଶାହନାୱାଜ ପ୍ରଧାନଙ୍କର ଗତକାଲି ଦେହାନ୍ତ ହୋଇଛି । ୫୬ ବର୍ଷ ବୟସରେ ଶାହନାୱାଜ ସମସ୍ତଙ୍କୁ ବିଦାୟ ଦେଇଛନ୍ତି। ତେବେ ତାଙ୍କ ମୃତ୍ୟର କାରଣ ହୃଦଘାତପାଲଟିଛି। ହୃଦଘାତରେ ଶାହନାୱାଜଙ୍କର ମୃତ୍ୟୁ ହୋଇଛି ।

ସୂଚନାମୁତାବକ ଏକ ପୁରସ୍କାର କାର୍ଯ୍ୟକ୍ରମରେ ଶାହନାୱାଜଙ୍କ ଛାତିରେ ଯନ୍ତ୍ରଣା ହଠାତ୍ ବଢି ଯାଇଥିଲା ଏବଂ ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା, ସେତେବେଳେ ତାଙ୍କୁ କୋକିଲାବେନ୍ ଅମ୍ବାନୀ ଡାକ୍ତରଖାନାକୁ ନିଆଯାଇଥିଲା ।ଏହି ସମୟରେ ତାଙ୍କର ଚିକିତ୍ସା ଚାଲିଥିବା ଆଉ ଚିକିତ୍ସା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି କାର୍ଯ୍ୟ ମୁମ୍ବାଇରେ ଚାଲିଥିଲା ​​ଏବଂ ଶାହନାୱାଜଙ୍କ ଦେହାନ୍ତ କଥା , ଶୋ’ର ଆୟୋଜକ କହିଛନ୍ତି।

‘ମିର୍ଜାପୁର’ରେ ଶାହନାୱାଜ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏଥିସହ ଶାହନାୱାଜଙ୍କୁ ମାତ୍ର ୫୬ ବର୍ଷ ହୋଇଥିଲା ଏବଂ ଏତେ କମ୍ ବୟସରେ ଅଭିନେତା ହୃଦଘାତରେ ପୀଡିତ ହୋଇ ମୃତ୍ୟୁ ବରଣ କରିଥିଲେ। ପୁରସ୍କାର କାର୍ଯ୍ୟ ସମୟରେ ଶାହନାୱାଜ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ, ଯାହା ପରେ ସେ ଚେତାଶୂନ୍ୟ ହୋଇଥିଲେ।

ମିଡିଆ ରିପୋର୍ଟ ଅନୁଯାୟୀ ଡାକ୍ତରମାନେ ଶାହନାୱାଜଙ୍କ ଶରୀରରେ ସିରା ଖୋଜି ବାହାର କରିବାରେ ଅସମର୍ଥ ହେଇଥିଲେ ଏବଂ ଏହି ସମୟରେ ତାଙ୍କ ହାର୍ଟ ମଧ୍ୟ କାମ କରିବା ବନ୍ଦ କରିଦେଇଥିଲା । ଯାହା ଫଳରେ ତାଙ୍କ ମୃତ୍ୟ ଘଟି ଥିଲା ।

Related Articles

Back to top button