ଅନନ୍ୟା ପାଣ୍ଡେଙ୍କୁ ବିବାହ କରିବାକୁ ଯୋଜନା କରୁଛନ୍ତି ଆଦିତ୍ୟ ରୟ କପୁର

ମୁମ୍ୱାଇ: ଅନନ୍ୟା ପାଣ୍ଡେ ଆଜିକାଲି ତାଙ୍କ ପ୍ରେମ ଜୀବନୀକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଖବର ଅଛି ଯେ ଅନନ୍ୟା ପାଣ୍ଡେ ବଲିଉଡ ଅଭିନେତା ଆଦିତ୍ୟ ରୟ କପୁରଙ୍କୁ ଡେଟ୍ କରୁଛନ୍ତି । କରଣ ଜୋହର ମଧ୍ୟ ତାଙ୍କ ସୋ’ରେ ଅନନ୍ୟା ଏବଂ ଆଦିତ୍ୟଙ୍କ ପ୍ରେମ ସଂପର୍କକୁ ନେଇ ସୂଚନା ଦେଇଥିଲେ । ଅନନ୍ୟା କହିଥିଲେ ଯେ ଆଦିତ୍ୟ ତାଙ୍କୁ ହଟ୍ ଲାଗନ୍ତି । ବର୍ତ୍ତମାନ ଆଦିତ୍ୟ ରୟ କପୁର ତାଙ୍କ ବିବାହ ଯୋଜନା କରୁଥିବା ସେ କହିଥିଲେ ।

E-Times ସହିତ କଥାବାର୍ତ୍ତାରେ ଆଦିତ୍ୟ ରୟ କାପୁର ମଧ୍ୟ ତାଙ୍କ ବିବାହ ଯୋଜନା ବିଷୟରେ କହିଛନ୍ତି । ବିବାହ ପ୍ରଶ୍ନ ଉପରେ ଆଦିତ୍ୟ କହିଛନ୍ତି- ମୁଁ ବିବାହରେ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରେ । ମୁଁ ପ୍ରତ୍ୟେକ ଦିନକୁ ସମାନ ପରି ଦେଖେ । ତେଣୁ ଯଦି ବିବାହ କରିବାକୁ ପଡେ, ତେବେ ନିଶ୍ଚୟ କରିବି । ମୁଁ ଏପର୍ଯ୍ୟନ୍ତ କୌଣସି ଯୋଜନା କରିନାହିଁ ।

ଆଦିତ୍ୟ କହିଥିଲେ ମୁଁ ପରିବାର ସହ ସମୟ ବିତାଇବାକୁ ପସନ୍ଦ କରେ । ଅଭିନେତା କହିଛନ୍ତି- ପରିବାର ସହିତ ସମୟ ବିତାଇବା ବ୍ୟତୀତ, ଗିଟାର ବଜାଇବା, କ୍ରୀଡା ଏବଂ ଭ୍ରମଣରେ ମୋତେ ଆରାମ ମିଳିଥାଏ । ଯଦି ଜିନିଷଗୁଡିକ ଦେଖିବାର ତୁମର ଦୃଷ୍ଟିକୋଣ ବଦଳିଯାଏ । ତେବେ ଏଥିରେ ବହୁତ ଆରାମ ମିଳିଥାଏ ।

ଆଦିତ୍ୟ ରୟ କାପୁର ଏବଂ ଅନନ୍ୟା ପାଣ୍ଡେ ଆନୁଷ୍ଠାନିକ ଭାବେ ସେମାନଙ୍କ ସମ୍ପର୍କକୁ ଗ୍ରହଣ କରିନାହାଁନ୍ତି । କିନ୍ତୁ ସେମାନଙ୍କ ସମ୍ପର୍କର ଖବର ଚର୍ଚ୍ଚା ହୋଇ ରହିଛି । କରଣଙ୍କ ଶୋ’ରେ ଆଦିତ୍ୟଙ୍କ ନାଁ ନେବାରୁ ଅନନ୍ୟା ବ୍ଲଶ୍ କରୁଥିବା ନଜର ଆସିଥିଲେ । ବର୍ତ୍ତମାନ ପ୍ରଶଂସକମାନେ ଚାହୁଁଛନ୍ତି ଯେ ଉଭୟ ନିଜ ସମ୍ପର୍କକୁ ନିଶ୍ଚିତ କରନ୍ତୁ ଏବଂ ସର୍ବଦା ପରସ୍ପର ସହିତ ରୁହନ୍ତୁ ।

Related Articles

Back to top button