ଆଦିପୁରଷ ଫିଲ୍ମରେ ସୈଫ୍‌ଙ୍କ ଲୁକ୍ ନେଇ ବିବାଦ ପରେ ଏବେ ଦାଢ଼ିକୁ ହଟାଇବାକୁ ଯୋଜନା

ମୁମ୍ବାଇ: ପ୍ରଭାସ, କ୍ରିତି ସାନନ ଏବଂ ସୈଫ୍ ଅଲ୍ଳୀ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଆଦିପୁରଷ’ ର ଟ୍ରେଲର ରିଲିଜ୍ ପରଠାରୁ ଚର୍ଚ୍ଚାରେ ରହିଆସିଛି। ଫିଲ୍ମରେ ସୈଫଙ୍କ ଲୁକ୍‌କୁ ନେଇ ଅନେକ ବିବାଦ ହୋଇଥିଲା। ଏବେ ଫିଲ୍ମ ଆଦିପୁରୁଷକୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ଡାଇରେକ୍ଟର ଓମ ରାଉତ ଫିଲ୍ମରେ ସୈଫ୍‌ଙ୍କ ଦାଢ଼ିକୁ ଡିଜିଟାଲ ଭାବରେ ହଟାଇବାକୁ ଯୋଜନା କରୁଛନ୍ତି।

ଫିଲ୍ମ ‘ଆଦିପୁରଷ’ ରେ ସୈଫ୍‌ଙ୍କ ଚରିତ୍ରକୁ ନେଇ ବେଶ୍ ସମାଲୋଚନା ହୋଇଥିଲା। ଲୋକେ ସୈଫ୍‌ଙ୍କ ରାବଣ ଲୁକ୍‌କୁ ବିଲକୁଲ ପସନ୍ଦ କରିନଥିଲେ। ଏକ ରିପୋର୍ଟ ଅନୁଯାୟୀ ଫିଲ୍ମର ମେକର୍ସ ଡିଜିଟାଲ ଟୁଲ୍ ଜରିଆରେ ସୈଫ୍‌ଙ୍କ ଦାଢ଼ିକୁ ହଟାଇବାକୁ ଯୋଜନା କରୁଛନ୍ତି। କିନ୍ତୁ ଏହା କରିବା ମୁସ୍କିଲ ହୋଇପାରେ। କାରଣ ଫିଲ୍ମରେ ଅନେକ କାମ କରାଯାଇସାରିଛି।

ପୂର୍ବରୁ ହିଁ ଫିଲ୍ମର ଭିଏଫଏକ୍ସ ଉପରେ ମଧ୍ୟ ବେଶ୍ କାମ କରାଯାଇଛି ଏବଂ ସୈଫ୍‌ଙ୍କ ଲୁକ୍ ଉପରେ ମଧ୍ୟ। ରିପୋର୍ଟ ଅନୁଯାୟୀ ସବୁ ପରିବର୍ତ୍ତନ ପାଇଁ ପ୍ରାୟ ୩୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ।ଗତ ସପ୍ତାହରେ ମେକର୍ସ ଫିଲ୍ମକୁ ଘୁଞ୍ଚାଇଥିବା ଘୋଷଣା କରିଥିଲେ। ପୂର୍ବରୁ ୧୨ ଜାନୁଆରୀ ୨୦୨୩ ରେ ରିଲିଜ୍ ହେବାର ଥିଲା। ଯାହାକୁ ଏବେ ୧୬ ଜୁନ୍‌କୁ ଘୁଞ୍ଚାଯାଇଛି।

ସୂଚନାଯୋଗ୍ୟ, ନିର୍ଦ୍ଦେଶକ ଓମ୍ ରାଉତଙ୍କ ଫିଲ୍ମ ‘ଆଦିପୁରଷ’ର ଟିଜରରେ ନଜର ଆସିଥିବା ଭିଏଫଏକ୍ସକୁ ଲୋକେ ସୋସିଆଲ ମିଡିଆରେ ବେଶ୍ ସମାଲୋଚନା କରିଥିଲା। ଏହା ସହ ରାମାୟଣ ଉପରେ ଆଧାରିତ ଏହି ଫିଲ୍ମରେ ତଥ୍ୟକୁ ଭୁଲ୍ ଭାବରେ ଉପସ୍ଥାପିତ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା।

Related Articles

Back to top button