ମରାଠି ଫିଲ୍ମରେ ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ଅଭିନୟ କରିବେ ଅକ୍ଷୟ କୁମାର

ନୂଆଦିଲ୍ଲୀ : ମରାଠି ଫିଲ୍ମକୁ ନେଇ ଚର୍ଚ୍ଚାକୁ ଆସିଲେ ବଲିଉଡ ଅଭିନେତା ଅକ୍ଷୟ କୁମାର । ଏହି ଫିଲ୍ମରେ ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ଅଭିନୟ କରିବେ ଖିଲାଡ଼ି ଷ୍ଟାର ଅକ୍ଷୟକୁମାର । ମରାଠି ଚଳଚ୍ଚିତ୍ର ନାଁ ରହିଛି ‘ଭେଦାତ୍‌ ମରାଠେ ଭୀର୍‌ ଦୌଦ୍‌ଲେ ସାତ୍‌’।

ଅକ୍ଷୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ ସେୟାର କରି ଫିଲ୍ମର ସୁଟିଂ ଆରମ୍ଭ ବିଷୟରେ ସୂଚନା ଦେଇଛନ୍ତି

ପୋଷ୍ଟ ସେୟାର୍‌ କରି କ୍ୟାପସନରେ ଲେଖିଛନ୍ତି, ‘ଆଜି ମରାଠି ଫିଲ୍ମ ‘ଭେଦାତ୍‌ ମରାଠେ ଭୀର୍‌ ଦୌଦ୍‌ଲେ ସାତ୍‌’ର ସୁଟିଂ ଆରମ୍ଭ , ଛତ୍ରପତି ଶିବାଜୀ ମହାରାଜଜୀଙ୍କ ଭୂମିକାରେ ଅଭିନୟ କରିବା ମୋ ପାଇଁ ସୌଭାଗ୍ୟର କଥା। ମୁଁ ତାଙ୍କ ଜୀବନରୁ ପ୍ରେରଣା ନେଇ ଏବଂ ମା’ ଜିଜାଉଙ୍କ ଆଶୀର୍ବାଦ ନେଇ ମୋର ପୂରା ପ୍ରୟାସ କରିବି। ଆଶୀର୍ବାଦ ବଜାୟ ରଖିବେ’।

ଏହି ଚଳଚ୍ଚିତ୍ରକୁ ମହେଶ ମାଞ୍ଜେରେକରଙ୍କ ନିର୍ଦ୍ଦେଶିତ ଓ୍ଵାସିମ୍‌ କୁରୈସୀ ପ୍ରଯୋଜନା କରୁଛନ୍ତି । ଏହି ଫିଲ୍ମ ୪ଟି ଭାଷା ମରାଠୀ, ହିନ୍ଦୀ, ତାମିଲ ଏବଂ ତେଲୁଗୁରେ ରିଲିଜ୍‌ କରାଯିବା ସୂଚନା ରହିଛି ।

 

Related Articles

Back to top button