‘ପୁଷ୍ପା-୨’ର ସୁଟିଂ ଆରମ୍ଭ କଲେ ଅଲ୍ଲୁ ଅର୍ଜୁନ , ସୁଟିଂ ସେଟ୍‌ରୁ ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଫିଲ୍ମ ‘ପୁଷ୍ପା’ର ସଫଳତାରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଚହଳ ପକାଇଥିଲେ। ଫିଲ୍ମଟି ବ୍ଲକବଷ୍ଟର ହିଟ୍ ରହିଥିଲା। ଫିଲ୍ମର ଗୀତଠୁ ନେଇ ସଂଳାପ ପର୍ଯ୍ୟନ୍ତ ସବୁ ସୁପରହିଟ୍ ରହିଥିଲା। ପ୍ରଥମ ପାର୍ଟ ପରେ ଦର୍ଶକ ଏହାର ଦ୍ଵିତୀୟ ପାର୍ଟକୁ ଚାତକ ପରି ଚାହିଁ ରହିଛନ୍ତି। ଫିଲ୍ମ ସହ ଜଡିତ ଅନେକ ଛୋଟ ଛୋଟ ସୂଚନା ବି ବେଳେ ବେଳେ ସାମ୍ନାକୁ  ଆସିଥାଏ। ନିର୍ମାତା କିଛି ଦିନ ପୂର୍ବେ ପୂଜା କରିବାର ଫଟୋ ସେୟାର କରି ସୂଚନା ଦେଇଥିଲେ ଯେ, ‘ପୁଷ୍ପା-୨’ର ସୁଟିଂ ଆରମ୍ଭ ହୋଇ ସାରିଛି। ଅଲ୍ଲୁ ଅର୍ଜୁନ ସୁଟିଂ ଟିମ୍ ସହ ଯୋଗ ଦେଇ ସାରିଛନ୍ତି। ରବିବାର ସେ ‘ପୁଷ୍ପା-୨’ର ସୁଟିଂ କରିଛନ୍ତି।

ଫିଲ୍ମର ସିନେମାଟୋଗ୍ରାଫି କ୍ୟୁବା ବ୍ରୋଜେକ୍ ଅଲ୍ଲୁ ଅର୍ଜୁନଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏହାର ଫଟୋ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ବ୍ରୋଜେକ୍ ସେଟ୍‌ରେ ଅଲ୍ଲୁ ଅର୍ଜୁନଙ୍କୁ କିଛି ବୁଝାଉଥିବା ଏବଂ ଅଭିନେତା ବହୁତ ଧ୍ୟାନର ସହ ଶୁଣୁଥିବା ଦେଖିବାକୁ ମିଳିଛି। ବ୍ରୋଜେକ ଫଟୋ ସହିତ କ୍ୟାପସନ ଲେଖିଛନ୍ତି, ଆଡଭେଞ୍ଚର ଆରମ୍ଭ ହୋଇ ଯାଇଛି। ଆଇକନ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଧନ୍ୟବାଦ।

ପୋଷ୍ଟକୁ ନେଇ ଜଣେ ପ୍ରଶଂସକ କହିଛନ୍ତି, ମୋତେ ଲାଗୁଛି ମୋର ୮ ମାସର ଅପେକ୍ଷାର ଅନ୍ତ ଘଟିଛି। ଆପଣଙ୍କ ଟିମ୍ ଏମିତି କିଛି ଯୋଜନା କରିଛନ୍ତି, ଯାହାକୁ ନେଇ ଦର୍ଶକ ଗର୍ବିତ। ଆଶା କରୁଛୁ ଶୀଘ୍ର ଫିଲ୍ମର ଫାଷ୍ଟ ଲୁକ୍ ପୋଷ୍ଟ ରିଲିଜ୍ କରାଯିବ। ଆଉ ଜଣେ ଲେଖିଛନ୍ତି, ଆଉ ଅପେକ୍ଷା କରି ପାରିବୁ ନାହିଁ।

ଅଗଷ୍ଟରେ ନିର୍ମାତା ପୋଷ୍ଟର ସେୟାର କରି  ‘ପୁଷ୍ପା-୨’ର ଆନୁଷ୍ଠାନିକ ଘୋଷଣା କରିଥିଲେ। ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ବ୍ୟତୀତ ରଶ୍ମିକା ମନ୍ଦାନା ଏବଂ ଫହାଦ ଫାସିଲ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି। ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ସୁକୁମାର। ‘ପୁଷ୍ପା-୨’ର ଆସନ୍ତା ବର୍ଷ ରିଲିଜ୍ ହେବାର ଆଶା ରହିଛି।

Related Articles

Back to top button