‘କାନ୍ତାରା’. ଚଳଚ୍ଚିତ୍ରକୁ ପ୍ରଶଂସା କଲେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: ଅଭିନେତା ରିଷଭ ଶେଟ୍ଟୀଙ୍କ ଫିଲ୍ମ ‘କାନ୍ତାରା’ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଥିଲା। ସମସ୍ତେ ଏହି ଫିଲ୍ମର ପ୍ରଶଂସା କରିଥିଲେ। ଏବେ ଦେଶର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଫିଲ୍ମ  ‘କାନ୍ତାରା’କୁ ପ୍ରଶଂସା କରିଛନ୍ତି। ଶାହା କହିଛନ୍ତି, ‘କାନ୍ତାରା’ ଫିଲ୍ମ ଦେଖିବା ପରେ ସେ ଦକ୍ଷିଣ କନ୍ନଡ ଜିଲାର ସଂସ୍କୃତି ବିଷୟରେ ଜାଣିଥିଲେ।
କର୍ନାଟକରେ ହେବାକୁ ଥିବା ୨୦୨୩ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅମିତ ଶାହା ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରିବା ପାଇଁ ଦକ୍ଷିଣ କନ୍ନଡ ଜିଲାର ପୁଟୁରରେ ପହଞ୍ଚିଥିଲେ। ସେଠାରେ ସେ ରିଷଭ ଶେଟ୍ଟୀଙ୍କ ଅଭିନୀତ ‘କାନ୍ତାରା’ ବିଷୟରେ ଉଲ୍ଲେଖ କରିଥିଲେ। ଅମିତ ଶାହା କହିଛନ୍ତି, ଦକ୍ଷିଣ କନ୍ନଡ ଜିଲା ଭିତରେ ଧାର୍ମିକ ପରମ୍ପରା, ସାଂସ୍କୃତିକ ପରମ୍ପରା ଦେଖିବାକୁ ମିଳେ। ‘କାନ୍ତାରା’ ଫିଲ୍ମ ଦେଖିବା ପରେ ମୁଁ ଜାଣିଲି ଯେ ରାଜ୍ୟରେ ଏପରି ସମୃଦ୍ଧ ପରମ୍ପରା ରହିଛି।
ଫିଲ୍ମ ‘କାନ୍ତାରା’ ଗତ ବର୍ଷ ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିଲା। ଏହା ୨୦୨୨ର ବ୍ଲକବଷ୍ଟର ଫିଲ୍ମ। ଏହି ଫିଲ୍ମରେ ଅଭିନୟ କରିବା ସହିତ ରିଷଭ ଶେଟ୍ଟୀ ମଧ୍ୟ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମ ରୋଜଗାରର ଅନେକ ରେକର୍ଡ ଭାଙ୍ଗିଥିଲା। ମାତ୍ର ୧୬ କୋଟି ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୪୦୦ କୋଟିରୁ ଅଧିକ ରୋଜଗାର କରିଥିଲା। ଖୁବ୍‌ଶୀଘ୍ର ‘କାନ୍ତାରା ୨’ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଆସିବ।

Related Articles

Back to top button