ଅମିତାଭ ବଚ୍ଚନଙ୍କର କେବିସି ଶୁଟିଂ ସେଟ୍ରେ ଦୁର୍ଘଟଣା: କଟିଲା ବାମ ଗୋଡ଼ର ଶିରା
ନୂଆଦିଲ୍ଲୀ: ଅମିତାଭ ବଚ୍ଚନଙ୍କ ସହ ‘କୗନ ବନେଗା କରୋଡ଼ପତି’ ସେଟରେ ଏକ ଦୁର୍ଘଟଣା ଘଟିଛି। ରାତିରେ ସୁଟିଂ ସମୟରେ ତାଙ୍କର ବାମ ଗୋଡ଼ରେ ଆଘାତ ଯୋଗୁଁ ରକ୍ତ ବାହାରିବା ଆରମ୍ଭ କରିଥିଲା। କୁହାଯାଉଛି ତାଙ୍କର ବାମ ଗୋଡ଼ରୁ ଶିରା କଟିଯିବା କାରଣରୁ ରକ୍ତସ୍ରାବ ଆରମ୍ଭ ହୋଇଥିଲ। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତର ତାଙ୍କର ଗୋଡ଼ରେ ସିଲେଇ କରିବାକୁ ପଡ଼ିଥିଲା। ବର୍ତ୍ତମାନ ଡାକ୍ତର ତାଙ୍କୁ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି।
ଅମିତାଭ ବଚ୍ଚନ ନିଜ ବ୍ଲଗରେ ଏନେଇ ସୂଚନା ଦେଇଛନ୍ତି। ଏହା ସହ ଫ୍ୟାନ୍ସଙ୍କୁ ଭୟଭୀତ ନହେବାକୁ କହିଛନ୍ତି। ଅମିତାଭ କହିଛନ୍ତି ଯେ, ଡାକ୍ତର ତାଙ୍କୁ ଟ୍ରେଡମିଲରେ ମଧ୍ୟ ଚାଲିବାକୁ ମନା କରିଛନ୍ତି। ଏହା ସହ ଡାକ୍ତର ତାଙ୍କୁ ଠିଆହେବା ପାଇଁ ମଧ୍ୟ ମନା କରିଛନ୍ତି। ଆଘାତ ହୋଇଥିବା ସ୍ଥାନରେ ଅଧିକ ଚାପ ନପକାଇବାକୁ କହିଛନ୍ତି।