ଚିନ୍ହିଲେ ଦେଖି ରେଖାଙ୍କ କୋଳରେ ଥିବା ଏଇ ଛୋଟ ପିଲାଟି କିଏ? ଆଜି ଜଣେ ଚର୍ଚ୍ଚିତ ସେଲିବ୍ରେଟି..

ନୂଆଦିଲ୍ଲୀ : ସୋସିଆଲ ମିଡିଆ ହେଉଛି ଏକ ସ୍ଥାନ। ଯେଉଁଠାରେ ପ୍ରତିଦିନ କିଛି କିଛି ଭାଇରାଲ ହୋଇଥାଏ। ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ବଲିଉଡ ସେଲିବ୍ରେଟିମାନଙ୍କ ପିଲାଦିନର ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି  ହେଲେ ବର୍ତ୍ତମାନ ସୁଦ୍ଧା ଆପଣ ଇଣ୍ଟରନେଟରେ ଅନେକ ଚଳଚ୍ଚିତ୍ର ତାରକାଙ୍କ ପିଲାଦିନର ଫଟୋ ଦେଖିଥିବେ। ଏବେ ଆଉ ଜଣେ ସେଲିବ୍ରିଟିଙ୍କ ପିଲାଦିନର ଫଟୋ ଆଣିଛୁ। ଯାହାର ନାମ ନିଶ୍ଚିତ ଭାବରେ ଆପଣଙ୍କ ହୋସ୍‌କୁ ଉଡ଼ାଇ ଦେବ। ଭାଇରାଲ ହେଉଥିବା ଏହି ଫଟୋରେ ଆପଣ ଏଭରଗ୍ରୀନ୍ ଅଭିନେତ୍ରୀ ରେଖାଙ୍କୁ ଦେଖିପାରିବେ। ସମସ୍ତେ ରେଖାଙ୍କୁ ଚିହ୍ନନ୍ତି, କିନ୍ତୁ ତାଙ୍କ କୋଳରେ ଦେଖାଯାଉଥିବା ଛୋଟ ଝିଅକୁ ଚିହ୍ନିବା ଲୋକଙ୍କର ପାଇଁ କଷ୍ଟକର ବୋଧ ହୁଏ ହେବ।

ତେବେ ଜାଣି ରଖନ୍ତୁ କି ଯେ ଏହି ଝିଅଟି ଆଜି ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀ। ଖୁବ୍ ଶୀଘ୍ର ସାଉଥ୍ ସୁପରଷ୍ଟାର ବିଜୟ ଦେବରାକୋଣ୍ଡାଙ୍କ ସହ ଫିଲ୍ମରେ ନଜର ଆସିବେ। ରେଖାଙ୍କ କୋଳରେ ଦେଖାଯାଉଥିବା ଝିଅଟି ହେଉଛନ୍ତି ଅନନ୍ୟା ପାଣ୍ଡେ। ଅନନ୍ୟାଙ୍କୁ ସେହି ସମୟରେ କିଛି ମାସ ହୋଇଥିଲା ଯେତେବେଳେ ଏହି ଫଟୋ ଉଠାଯାଇଥିଲା।

ଅନନ୍ୟା ପାଣ୍ଡେଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ତାଙ୍କୁ ଶେଷ ଥର ପାଇଁ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ଗେହରାଇୟାଁ’ରେ ଦେଖିବାକୁ ମିଳିଥିଲା।  ତାଙ୍କୁ ବିଜୟ ଦେବରାକୋଣ୍ଡାଙ୍କ ସହ ‘ଲାଇଗର୍’ରେ ଦେଖିବାକୁ ମିଳିବ। ଅନନ୍ୟା ‘ଲାଇଗର୍’ ସହିତ ସାଉଥ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରୁଛନ୍ତି। ଫିଲ୍ମ ରିଲିଜ୍ ପୂର୍ବରୁ ମଧ୍ୟ ସାଉଥରେ ଅନନ୍ୟାଙ୍କ ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇଛି।

Related Articles

Back to top button