ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା: ଫ୍ୟାମିଲ କୋର୍ଟରେ କାଉନସେଲିଂ ଶେଷ, ମଧ୍ୟସ୍ଥତା ଚାହୁଁନାହାନ୍ତି ଅନୁଭବ

କଟକ : ବହୁଚର୍ଚ୍ଚିତ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀ ପାରିବାରିକ ବିବାଦ ମାମଲା । ଫ୍ୟାମିଲ କୋର୍ଟରେ ଶୁଣାଣି ପାଇଁ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି । ଆଜି ପୁଣି ଉଭୟଙ୍କ ମଧ୍ୟରେ ଫ୍ୟାମିଲ କୋର୍ଟରେ କାଉନସେଲିଂ ଶେଷ ହୋଇଛି । ହେଲେ  ଆଜି କାଉନସେଲିଂରେ କୈଣସି ସମାଧନ ବାହାରିପାରି ନଥିଲା  ।

ତେବେ ଆଜି ଅନୁଭବ ମହାନ୍ତି ଏହି ମାମଲାରେ କୈଣସି ମଧ୍ୟସ୍ଥତା ଚାହୁଁନାହାନ୍ତି ବୋଲି କୋର୍ଟରେ କହିଥିଲେ  । ତାସହ  ମଧ୍ୟସ୍ଥତା ବନ୍ଦ କରି ଶୁଣାଣି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ଅନୁଭବ।

ଅନ୍ୟପଟେ କୋର୍ଟଙ୍କ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି ବର୍ଷା ପ୍ରିୟଦର୍ଶିନୀ। କୋର୍ଟଙ୍କ ଯାହା ନିଷ୍ପତ୍ତି ଆସିବ ତାକୁ ବର୍ଷା ସ୍ବୀକାର କରିବେ ବୋଲି କହିଛନ୍ତି।

ତେବେ ପାରିବାରିକ ବିବାଦ ମାମଲାରେ ଉଭୟ ଆଜି କଟକ ଫ୍ୟାମିଲ କୋର୍ଟରେ  ହାଜର ହୋଇଥିଲେ।

ପୂର୍ବରୁ ସେପ୍ଟେମ୍ବର ୧୪ ତାରିଖରେ ଉଭୟ ବ୍ୟକ୍ତିଗତ ଭାବେ ହାଜର ହୋଇ ବିଚାରପତିଙ୍କ ନିକଟରେ  ମତ ରଖିଥିଲେ।  ମଧ୍ୟସ୍ଥତା ପ୍ରକ୍ରିୟା ମାଧ୍ୟମରେ ବିବାଦର ସମାଧାନ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ କୌଣସି ସଫଳତା ମିଳି ନଥିଲା। ଆଜି ପୁଣି ଉଭୟଙ୍କ ମଧ୍ୟରେ  କାଉନସେଲିଂ ହୋଇଥିଲେ ମଧ୍ୟ ସମାଧାନ ହୋଇନଥିଲା  ।  ତେବେ ଆଗାମି ଦିନରେ ଏହି ବିବାହ ବିଚ୍ଛେଦ ମାମଲାର ଶୁଣାଣି ପ୍ରକ୍ରିୟା ପାଇଁ ଫ୍ୟମିଲ କୋର୍ଟରେ ତାରାଖ ନିର୍ଦ୍ଧାରଣ କରାଯିବ ବୋଲି ସୂଚନା ମିଳିଛି ।

 

Related Articles

Back to top button