‘ଇମରଜେନ୍ସି’ ଫିଲ୍ମରେ ଅନୁପମ୍‌ ଖେର ନଜର ଆସିବେ ଜୟପ୍ରକାଶ ନାରାୟଣଙ୍କ ଭୂମିକାରେ

ବର୍ତ୍ତମାନ ଫିଲ୍ମ ‘ଏମର୍ଜନସି’ ପାଇଁ କଙ୍ଗନା ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ଅଭିନୟ କରିବା ସହିତ କଙ୍ଗନା ପୁଣି ଥରେ ନିର୍ଦ୍ଦେଶନା ଦାୟିତ୍ବ ଗ୍ରହଣ କରିବେ। ଏହି ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ଏହାର ଫାଷ୍ଟଲୁକ୍ ପୂର୍ବରୁ ରିଲିଜ୍‌ ହୋଇଥିବା ବେଳେ ବର୍ତ୍ତମାନ ଦ୍ୱିତୀୟ ଫଟୋ ରିଲିଜ୍‌ ହୋଇଛି ।

ଏବେ ଯାହାର ଲୁକ୍‌ ରିଭିଲ୍‌ ହୋଇଛି ସେ ହେଉଛନ୍ତି ବିପ୍ଳବୀ ନେତା ଜୟପ୍ରକାଶ ନାରାୟଣ। ତାଙ୍କ ଭୂମିକାରେ ନଜର ଆସିବେ ଅନୁପମ୍‌ ଖେର। କଙ୍ଗନା ଏହି ଚଳଚ୍ଚିତ୍ରରୁ ଜୟପ୍ରକାଶ ନାରାୟଣ ଲୁକ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି- ‘ଅନ୍ଧକାର ଅଛି ତ ଆଲୋକ ଅଛି, ଇନ୍ଦିରା ଅଛି, ଜୟପ୍ରକାଶ ଅଛନ୍ତି …’। କଙ୍ଗନାଙ୍କ ଏହି ପୋଷ୍ଟ ଉପରେ ଅନୁପମ ଖେର ଲେଖିଛନ୍ତି, ମୋତେ ଜୟପ୍ରକାଶ ନାରାୟଣଙ୍କ ଭୂମିକା ମିଳିଥିବାରୁ ବହୁତ ଧନ୍ୟବାଦ।

ଏଥି ସହିତ ଅନୁପମ ଖେର ନିଜ ଲୁକକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି ‘ଇମର୍ଜନସି’ରେ ଜୟପ୍ରକାଶ ନାରାୟଣଙ୍କ ଭୂମିକାରେ ଅଭିନୟ କରି ବହୁତ ଖୁସି । ମୁଁ ନିଜ ପାଇଁ ଗର୍ବିତ ଅନୁଭବ କରୁଛି। ଏହା ମୋର ୫୨୭ ତମ ଚଳଚ୍ଚିତ୍ର! ଜୟ ହୋ! ‘

Related Articles

Back to top button