ଅନୁପମ୍‌ ଖେରଙ୍କ ଟ୍ରାନ୍ସଫର୍‌ମେସନ୍‌ ଫଟୋ ଦେଖି ଫ୍ୟାନ୍ସଙ୍କ ଚର୍ଚ୍ଚା

ମୁମ୍ବାଇ: ବୟସ ଯେତିକି ବଢୁଛି, ଦିନକୁ ଦିନ ସେତିକି ୟଙ୍ଗ୍ ଓ ଡ୍ୟାସିଙ୍ଗ୍ ଦେଖାଯାଉଛନ୍ତି ବଳିଉଡ୍‌ର ଅଭିନେତା ଅନୁପମ ଖେର୍। ନିଜ ବୃତ୍ତିଗତ ସହ ବ୍ୟକ୍ତିଗତକୁ ନେଇ ସେତିକି ଚର୍ଚ୍ଚାରେ ଥାଆନ୍ତି। ଅନୁପମ୍ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍। ଏମିତିକି ତାଙ୍କ ମା’ ଦୁଲ୍ଲାରୀଙ୍କ ସହ ତାଙ୍କ ଭିଡିଓ ସବୁ ସେୟାର କରିଥାନ୍ତି। ବର୍ତ୍ତମାନ ୬୭ ବର୍ଷ ବୟସରେ ମଧ୍ୟ ତାଙ୍କ ବଡି ଟ୍ରାନ୍ସଫର୍ମେଶନ୍ ଦେଖି ଅନେକ ଲୋକ ଇନ୍ସପାୟର ହୋଇଛନ୍ତି। ଏହାର ଫଟୋ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି । ଯାହା ଖୁବ୍‌  ଭାଇରାଲ୍ ହେବାରେ ଲାଗିଛି।

ଏକ ସାକ୍ଷାତକାରରେ କହିଛନ୍ତି କି ବୟସ କେବଳ ଗୋଟେ ନମ୍ବର। ବର୍ତ୍ତମାନ ସବୁକିଛି ସମ୍ଭବ। କେବଳ ନିଜକୁ ଶୃଙ୍ଖଳିତ କରିବା ସହ ଫୋକସ୍ କରିବାକୁ ହୁଏ। ତେଣୁ ମୁଁ ନିଜ ଫିଟ୍‌ନେସ୍‌ ପ୍ରତି ଧ୍ୟାନ ଦେବାପାଇଁ ନିଷ୍ପତି ନେଇଛି। ମୋ ପ୍ରତିଯୋଗିତା ମୋ ବୟସର ଲୋକଙ୍କ ସାଙ୍ଗେ ନୁହେଁ,ବରଂ ଏହା ଯୁବପିଢିଙ୍କ ସାଙ୍ଗେ। ବର୍ତ୍ତମାନ ମୁଁ ମୋ ମିଡ୍ ୬୦ରେ ଅଛି, ଆଉ ମୋତେ ଲାଗୁଛି ଏହା ମୋ କ୍ୟାରିୟରର ଇଣ୍ଟରଭାଲ। ଯଦି ମୋ ସ୍ବାସ୍ଥ୍ୟ ଓ ମେମୋରୀ ସବୁକିଛି ଭଲ ରୁହେ, ତାହେଲେ ମୁଁ ଆଗକୁ ଆହୁରୀ କାମ କରିପାରିବି।

ଅନ୍ୟପଟେ ଅନୁପମ୍‌ ଫିଲ୍ମ ‘ଦ କାଶ୍ମୀର ଫାଇଲସ୍‌’ରେ ଦମ୍‌ଦାର୍‌ ଭୂମିକାରେ ଅଭିନୟ କରିଥିଲେ। ଯାହା ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା । ସିନେମାଟି ଏବେ ସୁଦ୍ଧା ପ୍ରାୟ ୩୩୭ କୋଟିରୁ ଅଧିକ ରୋଜଗାର କରିସାରିଲାଣି। ଏହା ଅନୁପମଙ୍କ ନାୟକ ଭାବେ ପ୍ରଥମ ସିନେମା ଯାହା ୧୦୦ କୋଟି ତାଲିକାରେ ସାମିଲ ହେବା ସହ ୩୦୦ କୋଟି ଛୁଇଁସାରିଛି।

Related Articles

Back to top button