ଜନ୍ମଦିନରେ ସିନେପ୍ରେମୀଙ୍କୁ ବାବୁସାନଙ୍କ ଉପହାର: ‘ଗଜପତି’ ଚଳଚ୍ଚିତ୍ରର ଇଣ୍ଟ୍ରୋ ରିଲିଜ୍

ଭୁବନେଶ୍ଵର: ସଂପ୍ରତି ବିବାଦ ଘେରରେ ଥିବା ଅଲିଉଡ ଅଭିନେତା ବାବୁସାନ ମହାନ୍ତି ଶନିବାର ନିଜର ଜନ୍ମଦିନ ପାଳନ କରୁଛନ୍ତି। ସେ ଆଜି ୩୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସିନେପ୍ରେମୀଙ୍କୁ ନୂତନ ଫିଲ୍ମ ଭେଟି ଦେଇଛନ୍ତି ବାବୁସାନ।  ଥତ୍ୟା ପ୍ରଡକ୍ସନ ନିବେଦିତ ‘ଗଜପତି’ ଚଳଚ୍ଚିତ୍ରର ଇଣ୍ଟ୍ରୋ ରିଲିଜ୍ ହୋଇଛି। ଫିଲ୍ମର ଇଣ୍ଟ୍ରୋ ରିଲିଜ୍ କରି ବାବୁସାନ ତାଙ୍କ ପ୍ରଶଂସକଙ୍କୁ ଜନ୍ମଦିନର ଉପହାର ଦେଇଛନ୍ତି। ଉକ୍ତ ଚଳଚ୍ଚିତ୍ରରେ ବାବୁସାନ ମହାନ୍ତି ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି।

ତଥ୍ୟା ପ୍ରଡକ୍ସନ ହାଉସ ନିବେଦିତ ‘ଗଜପତି’ ଚଳଚ୍ଚିତ୍ରର କାହାଣୀ ଲେଖକ ଏବଂ ନିର୍ମାତା ହେଉଛନ୍ତି ନିରଞ୍ଜନ ନାୟକ। ଫିଲ୍ମର ନିର୍ଦ୍ଦେଶନା ଏବଂ ଚିତ୍ରନାଟ୍ୟ ହେଉଛନ୍ତି କେ ମୁରଲୀ କ୍ରିଷ୍ଣା। ସଂଳାପ ବାପୁ ଗୋସ୍ଵାମୀ ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି  ଗୌରବ ଆନନ୍ଦ। ଫିଲ୍ମର ଇଣ୍ଟ୍ରୋ ରିଲିଜରେ ଟାଇଟଲ୍ ସଙ୍ଗୀତ ଶୁଣିବାକୁ ମିଳିଛି। ଏଥିସହ ନିର୍ମାତା ଅଭିନେତା ବାବୁସାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଲେଖିଛନ୍ତି HAPPY MASS STAR  BABUSHAAN।

ଫିଲ୍ମ ଇଣ୍ଟ୍ରୋର ଆରମ୍ଭରେ ବ୍ୟାକ ଗ୍ରାଉଣ୍ଡରେ କାହାଣୀ ନଥିଲା ଖାଲି ପ୍ରେମର, କାହାଣୀ ନଥିଲା ମିଛ ଗପର, କାହାଣୀ ଥିଲା ଓଡିଆଙ୍କୁ ଫେରାଇ ଆଣିବାର, ଏ କାହାଣୀ ଓଡିଶା ଗଠନର ଶୁଣିବାକୁ ମିଳିଛି। ଫିଲ୍ମର ଇଣ୍ଟ୍ରୋ ଦମଦାର ହୋଇଛି। ବାବୁସାନଙ୍କ ଅଭିନୀତ ‘ଗଜପତି’ ନିଶ୍ଚିତ ଭାବେ ତାଙ୍କ ପ୍ରଶଂସକଙ୍କ ପାଇଁ ଖୁସିର ଖବର।

ନିଜ ଜନ୍ମଦିନରେ ବାବୁସାନଙ୍କ ପାଇଁ ଆଉ ଏକ ଆଶ୍ଵସ୍ତିକର ଖବର ଏହା ଯେ, ତାଙ୍କ ପତ୍ନୀ ତୃପ୍ତି ଶତପଥୀ ତାଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରିବେ ବୋଲି କୁହାଯାଉଛି। ସେପଟେ ଗିରଫଦାରୀ ଆଶଙ୍କାକୁ ଏଡାଇବା ପାଇଁ ହାଇକୋର୍ଟର ଦ୍ଵାରସ୍ଥ ହୋଇ ଆଗୁଆ ଜାମିନ ଆବେଦନ କରିଛନ୍ତି ବାବୁସାନ।

Related Articles

Back to top button