ଏକାଧିକ ଥର ହାର୍ଟ ଆଟାକ୍‌ର ଶିକାର ବଙ୍ଗାଳୀ ଅଭିନେତ୍ରୀ ଆନ୍ଦ୍ରିଲା ଶର୍ମା, ଭେଣ୍ଟିଲେଟରରେ ଭର୍ତ୍ତି

ନୂଆଦିଲ୍ଳୀ: ବଙ୍ଗାଳୀ ଅଭିନେତ୍ରୀ ଆନ୍ଦ୍ରିଲା ଶର୍ମା ମଙ୍ଗଳବାର ଏକାଧିକ ଥର ହାର୍ଟ ଆଟାକ୍‌ର ଶିକାର ହୋଇଛନ୍ତି। ଯାହାପରେ ତାଙ୍କୁ ସଙ୍ଗେ ସଙ୍ଗେ କୋଲକାତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସିପିଆର ଦିଆଯାଇଥିଲା। ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଆନ୍ଦ୍ରିଲା ସ୍ବାସ୍ଥାବସ୍ଥାରେ ସାମାନ୍ୟ ସୁଧାର ଆସିଛି।

ପୂର୍ବରୁ ନେଭମ୍ବର ୧ ତାରିଖରେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାହାପରେ ତାଙ୍କର ସର୍ଜରୀ କରାଯାଇଥିଲା। ଏକ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀଙ୍କ ସିଟି ସ୍କାନ ରିପୋର୍ଟ ଅନୁଯାୟୀ, ତାଙ୍କ ବ୍ରେନ୍ କ୍ଲଟ୍ ରହିଥିଲା।

ଏହା ପୂର୍ବରୁ ଆନ୍ଦ୍ରିଲାଙ୍କ ପୁରୁଷ ବନ୍ଧୁ ସୋସିଆଲ ମିଡିଆରେ ଆନ୍ଦ୍ରିଲାଙ୍କ ପାଇଁ ପ୍ରାର୍ଥନା କରିବାକୁ ଫ୍ୟାନ୍‌ଙ୍କୁ ନିବେଦନ କରିଥିଲେ। ତାଙ୍କ ପୋଷ୍ଟ ପରେ ତାଙ୍କୁ ଫ୍ୟାନଙ୍କ ଆଶୀର୍ବାଦ ଭରା ପୋଷ୍ଟ କରିଥିଲେ। ଅନେକ ସେଲିବ୍ରିଟି ମଧ୍ୟ ଆନ୍ଦ୍ରିଲାଙ୍କ ସୁସ୍ଥ ହେବା ପାଇଁ ପ୍ରାର୍ଥନା କରିଥିଲେ।

ଆନ୍ଦ୍ରିଲା କ୍ୟାନ୍ସରରୁ ଦୁଇ ଦୁଇ ଥର ସୁସ୍ଥ ହୋଇଛନ୍ତି। ଟିଭି ସୋ ଝୁମୁର ରେ ସେ ତାଙ୍କର ଡେବ୍ୟୁ କରିଥିଲେ। ବଙ୍ଗାଳୀ ଲୋକପ୍ରିୟ ସୋ ଜୀବନ ଜ୍ୟୋତି ଏବଂ ଜିୟୋଁ କାଥୀରେ ମଧ୍ୟ ସେ ଅଭିନୟ କରିସାରିଛନ୍ତି। ଏହା ସହ ସେ ଓଟିଟି ପ୍ଳାଟଫର୍ମରେ ମଧ୍ୟ କାମକରିସାରିଛନ୍ତି।

Related Articles

Back to top button