ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ପରଲୋକ

ନୂଆଦିଲ୍ଲୀ : ସବୁଦିନ ପାଇଁ ଆାଖି ବୁଜିଲେ ବଙ୍ଗୀୟ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା । କ୍ୟାନସର ଭଳି ରୋଗକୁ ହରାଇଥିବା ବେଳେ ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ଏଣ୍ଡ୍ରିଲା । ବ୍ରେନ୍‌ଷ୍ଟ୍ରୋକ୍‌ ଯୋଗୁଁ ତାଙ୍କର ଚାଲିଗଲା ଜୀବନ । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୨୪ ବର୍ଷ ହୋଇଥିଲା । କୋଲକାତା ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଥିବା ସୂଚନା  । ଦୀର୍ଘ ଦିନ ଧରି ଅସୁସ୍ଥତା ହେତୁ ଭେଣ୍ଟିଲେଟରରେ ଥିଲେ।

୧୫ ନଭେମ୍ବରରେ ଏଣ୍ଡ୍ରିଲା ଅନେକ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ ତାଙ୍କୁ ତୁରନ୍ତ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡି ଯିବାରୁ ତାଙ୍କୁ ଭେଣ୍ଟିଲେଟରକୁ ସିଫ୍ଟ କରାଯାଇଥିଲା । ଏହା ପୂର୍ବରୁ ଏଣ୍ଡ୍ରିଲା ଶର୍ମାଙ୍କ ପ୍ରେମିକ ସବ୍ୟସାଚୀ ଚୌଧୁରୀ ଶୀଘ୍ର ଆରୋଗ୍ୟ କାମନା କରିବା ପାଇଁ ଏକ ଭାବପ୍ରବଣ ପୋଷ୍ଟ କରିଥିଲେ।

Related Articles

Back to top button