୨୦୨୩ରେ ଚୀନକୁ ପଛରେ ପକାଇ ବିଶ୍ୱ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ହେବ ଭାରତ

୮ ବିଲିୟନ ଛୁଇଁଲା ବିଶ୍ୱ ଜନସଂଖ୍ୟା

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢାଇଲା ଜନସଂଖ୍ୟା ବୃଦ୍ଧି । ବିଶ୍ୱ ଜନସଂଖ୍ୟା ୮ ବିଲିୟନକୁ ଛୁଇଁଲା । ଚିନ୍ତା ଏତିକିରେ ସରିନାହିଁ । ଜାତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟ ଆହୁରି ଚିନ୍ତା ବଢାଇବା ପରି ତଥ୍ୟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ, ୨୦୨୫ ସୁଦ୍ଧା ବିଶ୍ୱ ଜନସଂଖ୍ୟା ୮.୫ ବିଲିୟନକୁ ଛୁଇଁପାରେ ବୋଲି ଅନୁମାନ କରାଯାଉଛି । ସେହିପରି ୨୦୫୦ ସୁଦ୍ଧା ଜନସଂଖ୍ୟା ୯.୫ ବିଲିୟନ ଏବଂ ୨୧୦୦ ବେଳକୁ ଜନସଂଖ୍ୟା ୧୦.୫ ବିଲିୟନ ଛୁଇଁବ ବୋଲି ରିପୋର୍ଟରେ କୁହାଯାଇଛି । ସବୁଠାରୁ ଦୁଃଖର କଥା ହେଉଛି, ଆର୍ଥିକ ଅନଗ୍ରସର ଦେଶମାନଙ୍କରେ ହିଁ ଜନସଂଖ୍ୟା ବୃଦ୍ଧି ହାର ଅଧିକ ରହିଛି ।

ଋିପୋର୍ଟରେ ଭାରତର ଜନସଂଖ୍ୟାକୁ ନେଇ ଯେଉଁ ଆକଳନ କରାଯାଇଛି ତାହା ଅତ୍ୟନ୍ତ ଚିନ୍ତାଜନକ ଓ ଗମ୍ଭୀର । ରିପୋର୍ଟରେ କୁହାଯାଇଛି, ୨୦୨୩ରେ ଅର୍ଥାତ ଆଉ ଗୋଟିଏ ବର୍ଷ ପରେ ଭାରତ ଜନସଂଖ୍ୟାରେ ଚୀନକୁ ପଛରେ ପକାଇ ବିଶ୍ୱ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ରର ମାନ୍ୟତା ପାଇବ ।

ତେବେ ୧୯୫୦ ମସିହା ପରେ ପ୍ରଥମ ଥର ପାଇଁ ଜନସଂଖ୍ୟା ବୃଦ୍ଧି ହାର ହ୍ରାସ ପାଇଛି । ୨୦୨୦ରେ ଜନସଂଖ୍ୟା ବୃଦ୍ଧି ହାର ୧ ପ୍ରତିଶତରୁ ମଧ୍ୟ କମ ରହିଛି । ଜାତିସଂଘର ଏହି ରିପୋର୍ଟରେ ଅନୁଯାୟୀ, ଗତ କିଛି ଦଶକ ମଧ୍ୟରେ ଅନେକ ଦେଶରେ ପ୍ରଜନନ କ୍ଷମତା ଦ୍ରୁତ ଗତିରେ ହ୍ରାସ ପାଉଛି । ବିଶ୍ୱ ଜନସଂଖ୍ୟା ୭ ବିଲିୟନରୁ ୮ ବିଲିୟନ ହେବା ପାଇଁ ୧୨ ବର୍ଷ ଲାଗିଲା । ହେଲେ ୮ ବିଲିୟନରୁ ୯ ବିଲିୟନ ହେବାପାଇଁ ୧୫ ବର୍ଷ ଲାଗିବ ବୋଲି ସମୀକ୍ଷକମାନେ ଅନୁମାନ କରୁଛନ୍ତି । ୬୧ଟି ଦେଶରେ ଜନସଂଖ୍ୟା ୨୦୨୨ରୁ ୨୦୫୦ ମଧ୍ୟରେ ୧ ପ୍ରତିଶତ କମ ହେବାର ଅନୁମାନ କରାଯାଉଛି । ଅନ୍ୟାନ କାରଣ ସହିିତ ପ୍ରଜନନ କ୍ଷମତା ହ୍ରାସ ଏହାର ମୁଖ୍ୟ କାରଣ ବୋଲି ଅନୁମାନ କରାଯାଉଛି । ୨୦୫୦ ସୁଦ୍ଧା ୮ଟି ଦେଶର ଜନସଂଖ୍ୟା ଚିନ୍ତାଜନକ ଭାବେ ବୃଦ୍ଧି ପାଇବ । ଏହି ଦେଶଗୁଡିକ ହେଉଛି ଭାରତ, ପାକିସ୍ତାନ, କଙ୍ଗୋ, ମିଶର, ଇଥୋପିଆ, ନାଇଜେରିଆ, ଫିଲିପାଇନ୍ସ ଏବଂ ତାଞ୍ଜାନିଆ ।

ମୃତ୍ୟୁ ହାର ବି ଜନସଂଖ୍ୟା ବୃଦ୍ଧି ଉପରେ ପ୍ରଭାବ ପକାଇଥାଏ । ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ ବିଶ୍ୱ ମୃତ୍ୟୁ ସଂଖ୍ୟା ବି ହ୍ରାସ ପାଇବାରେ ଲାଗିଛି । ୨୦୧୯ ଗଣନା ଅନୁଯାୟୀ, ବିଶ୍ୱ ହାରାହାରି ମୃତ୍ୟୁହାର ୭୨.୮ । ୧୯୯୦ ପରେ ଏଥିରେ ୯ ବର୍ଷ ବୃଦ୍ଧି ଘଟିଛି । ୨୦୫୦ ସୁଦ୍ଧା ଏହା ପାଖାପାଖି ୭୭.୨ରେ ପହଞ୍ଚିବାର ଅନୁମାନ କରାଯାଉଛି ।

Related Articles

Back to top button