ମେକ୍ସିକୋରେ ନୂଆ ବର୍ଷ ଛୁଟି ବିତାଇବେ ଭୂମି

ଅଭିନେତ୍ରୀ ଭୂମି ପେଡ଼ନେକର ଏଥର ନୂଆ ବର୍ଷ ଛୁଟି ବନ୍ଧୁମାନଙ୍କ ଗହଣରେ କାଟିବେ। ସେଥିପାଇଁ ସେ ଉତ୍ତର ଆମେରିକୀୟ ଦେଶ ମେକ୍ସିକୋକୁ ବାଛିଛନ୍ତି। ୨୦୨୨ ମସିହାଟି ଭୂମିଙ୍କ ଲାଗି ଜୀବନର ସବୁଠାରୁ ବ୍ୟସ୍ତବହୁଳ ବର୍ଷମାନଙ୍କ ମଧ୍ୟରୁ ଗୋଟିଏ ବୋଲି କୁହାଯାଇପାରେ, କାରଣ ଏହି ବର୍ଷ ସେ ସଂପୂର୍ଣ୍ଣ ସାତଟି ଚଳଚ୍ଚିତ୍ରର ସୁଟିଂ ଶେଷ କରିଛନ୍ତି। ଏଥିପାଇଁ ତାଙ୍କୁ ଦେଶବିଦେଶର ବିଭିନ୍ନ ସ୍ଥାନ ବୁଲିବାକୁ ପଡ଼ିଛି। ହେଲେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ସେ ବନ୍ଧୁଙ୍କ ସହିତ ଉପଭୋଗ କରିବାର ସୁଯୋଗ ପାଇନାହାନ୍ତି।

ତେଣୁ ବର୍ଷ ଶେଷରେ ଏହି ଛୁଟି ମାଧ୍ୟମରେ ବିଶ୍ରାମ ନେବା ତାଙ୍କ ପାଇଁ ଜରୁରୀ ବୋଲି ପ୍ରଶଂସକମାନେ ସୁଦ୍ଧା ସ୍ବୀକାର କରିଛନ୍ତି। ସେ ଯେଉଁସବୁ ଚଳଚ୍ଚିତ୍ରର ସୁଟିଂ ସାରିଛନ୍ତି ସେଗୁଡ଼ିକ ମଧ୍ୟରୁ ପ୍ରମୁଖ ହେଉଛି ନିର୍ଦେଶକ ଅନୁଭବ ସିହ୍ନାଙ୍କ ‘ଭିଡ଼’, ଅଜୟ ବହଲଙ୍କ ‘ଦି ଲେଡିକିଲର୍’, ସୁଧୀର ମିଶ୍ରଙ୍କ ‘ଅଫଵା’, ଗୌରୀ ଖାଁ ପ୍ରଯୋଜିତ ‘ଭକ୍ଷକ’, ମୁଦଶର ଅଜିଜଙ୍କ ‘ମେରେ ହଜ୍‌ବେଣ୍ଡ୍‌ କି ବିଵି’ ଆଦି। ଆଉ ଦୁଇଟି ଚଳଚ୍ଚିତ୍ରର ନାମ ଏଯାଏଁ ପ୍ରକାଶ ପାଇନାହିଁ। ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ଆସନ୍ତା ବର୍ଷ ମୁକ୍ତିଲାଭ କରିବ ବୋଲି କୁହାଯାଉଛି। ଶେଷ ଥର ପାଇଁ ‘ଗୋବିନ୍ଦା ନାମ ମେରା’ ଚଳଚ୍ଚିତ୍ରରେ ଭୂମିଙ୍କ ଅଭିନୟର ଚମକ ଦେଖିବାକୁ ମିଳିଥିଲା। ବହୁ ଦିନ ପରେ ନୂଆ ବର୍ଷ ଅବସରରେ ପୁରୁଣା ବନ୍ଧୁଙ୍କ ସହିତ ଭୂମିଙ୍କ ଆସର ଜମିବ ବୋଲି ଆମେ ଆଶା କରିବା।

Related Articles

Back to top button