କନ୍ୟା ସନ୍ତାନର ଜନନୀ ହେଲେ ବିପାସା ବସୁ

ଗତ ଅଗଷ୍ଟ ମାସରେ ବିପାସା ଓ କରଣ ପ୍ରେଗ୍ନାନସୀର ଆନାଉନ୍ସ କରିଥିଲେ। ବିପାସା ଓ କରଣଙ୍କ ବିବାହ ୨୦୧୬ ମସିହାରେ ହୋଇଥିଲା । ବିବାହର ୬ ବର୍ଷ ପରେ ଦମ୍ପତ୍ତି ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି।

ପ୍ରେଗ୍ନାସୀ କାଳରେ ବିପାସା ଅନେକବାର ତାଙ୍କର ମେଟରନିଟି ଫଟୋ ସୁଟ୍ କରାଇଥିଲେ । ଏହି ସବୁ ଫଟୋ ଭାଇରାଲ ହେବା ପରେ ତାଙ୍କୁ ଅନେକ କମ୍ପ୍ଲିମେଣ୍ଟସ୍ ମଧ୍ୟ ମିଳିଥିଲା। ତେବେ କିଛିଦିନ ପୂର୍ବରୁ ‘ବମ୍ବେ ଟାଇମ୍ସ’କୁ ଦେଇଥିବା ସାକ୍ଷାତକାରରେ ବିପାସା ଏକ କନ୍ୟା ସନ୍ତାନ ଚାହୁଁଥିବା କହିଥିଲେ। ଘରକୁ ଏକ ବେବି ଗାର୍ଲ ଆସୁ ବୋଲି କହିଥିଲେ। ତାଙ୍କ ଆଶା ଏବେ ପୂରଣ ହୋଇଛି।

ବିପାସା ମା’ ହେବା ପରେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡଲରେ ଏକ ପୋଷ୍ଟ କରି କ୍ୟାପସନରେ ଲେଖିଥିଲେ ‘‘ ଆମ ଦୁହିଁଙ୍କ ପ୍ରେମର ସ୍ମୃତି ଏବଂ ମା’ଙ୍କ ଆଶୀର୍ବାଦ ଏ ସଂସାରକୁ ଆସିଯାଇଛି, ଆାଉ ସେ ଦିବ୍ୟ କନ୍ୟା ’’ । କରଣ ଓ ବିପାସାଙ୍କର ଝିଅକୁ ନେଇ ଉଭୟ ଏବେ ବହୁତ ଖୁସି ଅଛନ୍ତି।

Related Articles

Back to top button